ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ସୁସ୍ଥଙ୍କ ସଂଖ୍ୟା ୩୮୫ରେ ପହଞ୍ଚିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁସାରେ, ମଞ୍ଚେଶ୍ୱର ପ୍ରତିଦିନ କାର୍ଯ୍ୟାଳୟ ଅଞ୍ଚଳରୁ ୨୫ବର୍ଷର ତିନିଜଣ ପୁରୁଷ ଓ ୬୦ବର୍ଷ,୨୮ବର୍ଷର ପୁରୁଷ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏଥିସହିତ ମଞ୍ଚେଶ୍ୱର କଳିଙ୍ଗ ବେକେରି ଅଞ୍ଚଳରୁ ଜଣେ ପୁରୁଷ, ଖଣ୍ଡଗିରିବାରି ଆମ୍ରି ହସ୍‌ପିଟାଲ ଅଞ୍ଚଳରୁ ୨୯ବର୍ଷର ପୁରୁଷ, ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରୁ ଜଣେ ୨୯ବର୍ଷର ପୁରୁଷ, ରସୁଲଗଡ଼ ଜିଜିପି କଲୋନୀ ଅଞ୍ଚଳରୁ ୨୯ବର୍ଷର ପୁରୁଷ, ଓଲଡ ଟାଉନ୍‌ ଜମ୍ବେଶ୍ୱର ପାଟଣା ଅଞ୍ଚଳରୁ ଜଣେ ୪୫ବର୍ଷର ପୁରୁଷ, ଚକେଇସିଆଣି ଭ‌ୋଟପଡ଼ା ଅଞ୍ଚଳରୁ ଜଣେ ୫୦ବର୍ଷର ପୁରୁଷ, ପାହାଳ ପୁଲିସ ପୋଷ୍ଟ ଅଞ୍ଚଳରୁ ଜଣେ ୩୨ବର୍ଷର ପୁରୁଷ, ଚନ୍ଦକା ଅଞ୍ଚଳରୁ ଜଣେ ୩୪ବର୍ଷ ମହିଳା କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଞ୍ଚଳରୁ ଜଣେ ୨୮ବର୍ଷର ପୁରୁଷ, ରବି ଟକିଜ କେଦାରଗୌରୀ ବିହାର ଅଞ୍ଚଳରୁ ଜଣେ ୫୬ବର୍ଷର ପୁରୁଷ, ଅନ୍ଧାରୁଆ ଦଶପୁର ଅଞ୍ଚଳରୁ ଜଣେ ୪୦ବର୍ଷର ମହିଳା, ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ୨୩ବର୍ଷର ପୁରୁଷ, ଲକ୍ଷ୍ମୀସାଗର ଉପରସାହି ଅଞ୍ଚଳରୁ ଜଣେ ୩୫ବର୍ଷର ପୁରୁଷ, ସତ୍ୟନଗର ଅଞ୍ଚଳରୁ ଜଣେ ୨୪ବର୍ଷର ପୁରୁଷ, ସାଲିଆ ସାହିରୁ ଜଣେ ୨୭ବର୍ଷର ପୁରୁଷ, ପାଣ୍ଡରା ଅଞ୍ଚଳରୁ ୩୧ବର୍ଷର ପୁରୁଷ, ଡେଲଟା କଲୋନି ବଏଜ ହାଇସ୍କୁଲ ଅଞ୍ଚଳରୁ ଜଣେ ୫୦ବର୍ଷର ପୁରୁଷ ଓ ଜୟଦେବ ବିହାର ଇଏସ୍‌ଆଇ ହସ୍‌ପିଟାଲ କଲୋନିରୁ ଜଣେ ୨୬ବର୍ଷର ମହିଳା କରୋନାରେ ସଂକ୍ରମିତ ହୋଇ ଆଜି ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।