ଭଦ୍ରକ: କରୋନା ଭୂତାଣରୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର ଓ ଭଦ୍ରକ ସହର । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଭୁବନେଶ୍ବରରୁ ଓ ଭଦ୍ରକରୁ ୨୦ ପ୍ରତିଶତ ଥିବାରୁ ଏପରି କଡ଼ା ପଦକ୍ଷେପ ନିଆଯାଇଛି । ତେବେ ଏହି ସମୟସୀମା ମଧ୍ୟରେ ଘରୁ ବାହାରିବା ପୁରାପୁରି ବନ୍ଦ କରିଦିଆଯାଇଛି ।
ତେବେ ଭଦ୍ରକ ସହରରେ ଆଜି ରାତି ୮ ଟାରୁ କର୍ଫ୍ୟୁ ଲାଗୁ ହେବାକୁ ଥିବାବେଳେ ସହରକୁ ଯୋଡ଼ୁଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି | ରାଣୀତାଲରୁ ଚରମ୍ପା ଚକ, ଚାନ୍ଦବାଲିରୁ ଭଦ୍ରକ, ଆରଡିରୁ ଭଦ୍ରକ ରାସ୍ତାକୁ ସିଲ କରାଯାଇଥିବାବେଳେ ସହରର ସବୁ ଅଂଚଳରେ ସାନିଟାଇଜର ସ୍ପ୍ରେ କରାଯାଇଛି |
/sambad/media/post_attachments/wp-content/uploads/2020/04/9b049cb6-6bf8-43f4-ad9a-c1d7c3d8a5c1.jpg)
କର୍ଫ୍ୟୁ ସମୟରେ ଯେଭଳି କେହି ନ ବାହାରିବେ ସେଥିପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସକୁ ମୁତୟନ କରାଯାଇଛି | କିଛି ମେଡ଼ିସିନ ଦୋକାନ ଖୋଲାଥିବାବେଳେ ତାହାକୁ ମଧ୍ୟ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ମେଡିକାଲ ପରିସରରୁ ଗୁରୁତର ରୋଗୀଙ୍କୁ ଛାଡିଦେଲେ ଅନ୍ୟ ରୋଗୀମାନଙ୍କୁ ଘରକୁ ପଳାଇଯିବାକୁ କୁହାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/0fe89f7d-8c99-4d5d-9224-4809f66b4ba8.jpg)