ପରିସ୍ଥିତି ସୁଧୁରିବା ପରେ ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ବୃଦ୍ଧି

ପରିସ୍ଥିତି ସୁଧୁରିବା ପରେ ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ବୃଦ୍ଧି

ସମ୍ବଲପୁର: ସମ୍ବଲପୁରରେ ଆଜି କୌଣସି ଗଣ୍ଡଗୋଳ ଘଟିନଥିବା ହେତୁ ପରିସ୍ଥିତି ସୁଧୁରିବା ଭଳି ଅନୁମେୟ ହୋଇଛି। ଏହାପରେ ଜିଲ୍ଲା ପ୍ରଶାସନ ହିଂସାଗ୍ରସ୍ତ ସହର ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରିଛି। ମଙ୍ଗଳବାରଠାରୁ କର୍ଫ୍ୟୁ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୬ ଘଣ୍ଟା ଓ ଦିନ ୩ଟା ୩୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଢ଼େଇ ଘଣ୍ଟା କୋହଳ ରହିବ। ଅର୍ଥାତ୍ ଦିନ ଭିତରେ ମୋଟ ୮ ଘଣ୍ଟା ୩୦ ମିନିଟ୍ ଧରି ଲୋକେ ବାହାରରେ ଚଳପ୍ରଚଳ କରିପାରିବେ। ଏ ନେଇ ସଦର ଉପଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ କେବଳ ଆବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଓ ଅତି ଜରୁରୀ ଆବଶ୍ୟକତା ଥିଲେ ହିଁ ଘରୁ ବାହାରକୁ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଏଣେ ପୁଲିସ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ଭୁବନେଶ୍ବର ଫେରିଯାଇଛନ୍ତି।

କର୍ଫ୍ୟୁ ପାଇଁ ବ୍ୟାଙ୍କ, ଡାକସେବା, ସମସ୍ତ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ଥିବାରୁ ଅକାରଣରେ ଘରୁ ନ ବାହାରିବା ପାଇଁ କହାଯାଇଛି। ଅପରପକ୍ଷରେ ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ବୃଦ୍ଧି ପାଇବା ସମ୍ଭାବନା ରହିଛି। ମଙ୍ଗଳବାର ଦିନ ୧୦ଟାରେ ଇଣ୍ଟରନେଟ୍ କଟକଣା ସମୟ ଶେଷ ହେବାକୁ ଯାଉଛି। ଦୀର୍ଘ ୫ ଦିନ ଧରି ସମ୍ବଲପୁର ଜିଲ୍ଲାବାସୀ ଇଣ୍ଟରନେଟ୍ ନପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe