ଦିଗପହଣ୍ଡି/ବ୍ରହ୍ମପୁର: ରାମାୟଣ ନାଟକ ମଞ୍ଚରେ ହଠାତ୍ କରେଣ୍ଟ୍‌ ଚାର୍ଜ ହୋଇଯିବାରୁ ୧୬ ଶିଶୁଙ୍କ ସମେତ ୧୯ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶିଗୁଡ଼ା ଗ୍ରାମରେ ଆଜି ମଧ୍ୟାହ୍ନରେ ଏଭଳି ଅଭାବନୀୟ ଘଟଣାଟି ଘଟିଛି। ଗତକାଲି ସନ୍ଧ୍ୟାରେ ସାହି ଭିତରେ ବନ୍ଥପଲ୍ଲୀ ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ନାଟକ ଗ୍ରୁପ୍ ପକ୍ଷରୁ ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା। ଆଜି ମଧ୍ୟାହ୍ନରେ ବର୍ଷା ଯୋଗୁ ନାଟକକୁ ଅଧାରୁ ବନ୍ଦ ରଖାଯାଇଥିଲା। କିନ୍ତୁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରାଯାଇ ନଥିଲା।

Advertisment

ଏହି ସମୟରେ କିଛି ଛୋଟପିଲା ମଞ୍ଚ ଉପରକୁ ଚଢ଼ିଥିବା ବେଳେ ଆଉ କିଛି ପିଲା ମଞ୍ଚର ଲୁହାବାଡ଼କୁ ଧରି ଛିଡ଼ା ହୋଇଥିଲେ। ହଠାତ୍‌ ମଞ୍ଚରେ କରେଣ୍ଟ୍‌ ଚାର୍ଜ ହୋଇଯିବାରୁ ସମସ୍ତଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। କିଛି ପିଲା ମଞ୍ଚରୁ ପଡ଼ିଯାଇଥିଲେ। ଚିତ୍କାର ଶୁଣି ସେଠାରେ ଥିବା କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।