ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଅମଲାପାଲି ଗାଁର ନାବାଳକ ମିତ୍ରଭାନୁ ପୋଢ଼ ବିଦ୍ୟୁତ ଆଘତରେ ମୃତ୍ୟୁବରଣ କରିଥିବା ଘଟଣାରେ ଜାତୀୟ ମାନବଧିକାର କମିଶନଙ୍କ ନେର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ପକ୍ଷରୁ ମିତ୍ରଭାନୁଙ୍କ ପରିବାରକୁ ଓଡ଼ିଶା ଶକ୍ତି ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ମସିହା ଏପ୍ରିଲ ୧୨ ତାରିଖ ଦିନ ନାବାଳକ ମିତ୍ରଭାନୁ ପୋଢ଼ ତାଙ୍କ ଗ୍ରାମର ନରେଶ ପୁଞ୍ଜିଙ୍କ ଏଲଆଇ ପୁଏଣ୍ଟକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଖୋଲା ତାରରେ ବାଜି ପ୍ରାଣ ହରାଇଥିଲେ। ଏହାକୁ ନେଇ କଲାହାଣ୍ଡି ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବ ଅଧିକାର କମିଶନରେ ଅଭିଯୋଗ କେଶ ନଂ ୧୯୭୧/୧୮/୩୦/୨୦୧୮ ରେ ମାନବଧିକାରୀ କମିଶନ, ଶକ୍ତି ବିଭାଗ ସଚିବ ଓ ନୂଆପଡ଼ା ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ। ଶକ୍ତି ବିଭାଗ ତାଙ୍କ ବିଭାଗ ଓ ୱେସକୋର ଅବହେଲା ସ୍ବୀକାର କରିଥିବା ବେଳେ ନୂଆପଡ଼ା ପୁଲିସ ଏହି ଘଟଣାକୁ ହାଲୁକା ଭାବରେ ନେଇ ଏହା ଏକ ଦର୍ଘଟଣା ଓ ଏଥିପାଇଁ କେହି ଦାୟୀ ନୁହେଁ ବୋଲି ରିପୋର୍ଟ ଦାଖଲ କରିଥିଲେ।
 Jansattaଦୁଇଟି ରିପୋର୍ଟକୁ ତଦନ୍ତ କରି ମାନବାଧିକାର କମିଶନ ନୂଆପଡ଼ା ପୁଲିସର ରିପୋର୍ଟକୁ ଦୁର୍ଭାଗ୍ୟଜନକ ବୋଳି ଦର୍ଶାଇ ଜାନୁଆରି ୧୯ , ୨୦୨୦ରେ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦୋବକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଏହି ଆବେଦନକୁ କାର୍ଯ୍ୟକାରୀ କରି ଶକ୍ତିବିଭାଗ ୩ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଚେକ ମୃତ ମିତ୍ରଭାନୁ ପୋଢ଼ଙ୍କ ପରିବାରଙ୍କୁ ଦେଇଥିବା ମାନବାଧିକାର କମିଶନଙ୍କୁ ରିପୋର୍ଟ ଦାଖଲ କରିଥିଲେ। ଏହି ମାମଲା ଚୁଡ଼ାନ୍ତ ଶୁଣାଣି ଆଜି ଶେଷ ହୋଇଥିବାରୁ କମିଶନ ସନ୍ତୋଷ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-29.jpg)