ମହାକାଳପଡ଼ା ଥାନା ହାଜତ ମୃତ୍ୟୁ ମାମଲା : ପୂର୍ବତନ ଥାନା ଅଧିକାରୀଙ୍କୁ ଜାମିନ

କଟକ : କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଅଞ୍ଚଳର ଯୁବକ ଅବିନାଶ ପାଇଟାଳଙ୍କ ପୁଲିସ ହଜତରେ ମୃତ୍ୟୁ ଅଭିଯୋଗ ସଂପର୍କିତ ମାମଲାରେ ଜେଲରେ ଥିବା ମହାକାଳପଡା ଥାନାର ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ୟାମଘନଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ରଖି ତାଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ଼ ପାଇବା ପରେ ମାମଲାର ଶୁଣାଣି ସମୟରେ ଶ୍ୟାମଘନ ପ୍ରତି ତାରିଖରେ ନିମ୍ନ ଅଦାଲତରେ ହାଜର ହେବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର