ଜଗତସିଂହପୁର: ପାରାଦୀପ ଅଭୟଚାନ୍ଦପୁର ଥାନାରେ ରାତିରେ ଏକ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୃନ୍ଦାବନ କଲୋନିରେ ରହୁଥିବା ମନୋରଂଜନ ବରି। ତାଙ୍କୁ କେଉଁ ମାମଲାରେ ପୁଲିସ ଉଠାଇ ନେଇଥିଲା ଓ କେମିତି ତାଙ୍କର ମୃତ୍ୟୁ ହେଲା ଏହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହି । ତାଙ୍କର ମୃତଦେହକୁ ଅଠରବାଙ୍କୀ ବିଜୁ ମେମୋରିଆଲ ହସପିଟାଲ ଅଣାଯିବା ପରେ ସେଠାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ହସପିଟାଲରେ ରଖାଯାଇଥିବା ଜଣାପଡ଼ିଛି।
ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏ ନେଇ ଥାନା ଇନସପେକ୍ଟର ଜୀବନାନନ୍ଦ ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ କେହି ମୁହଁ ଖୋଲୁ ନଥିବା ବେଳେ ଏହାକୁ ନେଇ ସାଧାରଣରେ ଏକ ସନ୍ଦେହ ସୃଷ୍ଟି ହୋଇଛି। ଯାହା ଜଣାପଡ଼ିଛି ଯେ, ଏକ ବ୍ରାଉନସୁଗାର ମାମଲାରେ ପୁଲିସ ମନୋରଂଜନଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏହି ଘଟଣାକୁ ନେଇ ପୁଣି ପୁଲିସ ଉପରକୁ ଅଙ୍ଗୁଳି ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled.png)