ଜଙ୍ଗଲରୁ ଧରାପଡ଼ିଲା ବିଚାରାଧୀନ କଏଦୀ

ମାଲକାନଗିରି : ମାଲକାନଗିରି ଉପକାରାଗାରରୁ ଗତ ୫ ତାରିଖ ଦିନ ଚମ୍ପଟ ମାରିଥିବା ଜଣେ ବିଚାରାଧୀନ କଏଦୀ ଆଜି ଧରାପଡ଼ିଛି। ସେ ୫ ଦିନ ହେବ ଏକ ଜଙ୍ଗଲରେ ଲୁଚିଥିବାବେଳେ ଜେଲ୍‌ କର୍ମଚାରୀ ତାକୁ ଧରିଛନ୍ତି। କଏଦୀ ହେଉଛି ଅଜିତ ଡାକୁଆ। ଗତ ଜାନୁଆରି ମାସରେ ବାଲିମେଳା ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ଅଭିଯୁକ୍ତ ଅଜିତ ଡାକୁଆକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଗତ ୫ତାରିଖ ଦିନ ସେ ଜେଲ୍‌ କାନ୍ଥ ଡେଇଁ ଚମ୍ପଟ ମାରିଥିଲା।

ଏହାପରେ ସେ ଜଙ୍ଗଲରେ ଲୁଚି ରହିଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଅଜିତ ଖାଇବା ପାଇଁ ଜଙ୍ଗଲରୁ ବାହାରିଥିଲା। ଜଙ୍ଗଲ ନିକଟରେ ମା’ ରଖି ଯାଇଥିବା ଖାଦ୍ୟକୁ ଖାଇବା ସମୟରେ ଆଦିବାସୀ ବେଶ ପୋଷାକରେ ଥିବା ଜେଲ କର୍ମଚାରୀ ତାକୁ ଧରିଥିଲେ।

ସମ୍ବନ୍ଧିତ ଖବର