ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଚିକିତ୍ସାଧୀନ ବିଚାରାଧୀନ କଏଦୀ ଟୁଲେଶ୍ବର ମାଝି(୨୮)ଙ୍କ ମୃତ୍ୟୁ ହୋଇଛି। ସେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ରାଇଡିହିର ଅଧିବାସୀ ଅଟନ୍ତି। ୨୦୧୬ ମସିହାରୁ ବାପା ମଣିରାମ ମାଝିଙ୍କ ହତ୍ୟା ମାମଲା ସେ ଜେଲରେ ଥିଲେ। କିଛି ଦିନ ପୂର୍ବରୁ ରକ୍ତ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ଼ ଏବଂ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ମାତ୍ର ଶୁକ୍ରବାର ତାଙ୍କ ମୃତ୍ୟୁ ହୋଇଛି।
ସୁନ୍ଦରଗଡ଼ର ବିଚାରାଧୀନ କଏଦୀଙ୍କ ବୁର୍ଲାରେ ମୃତ୍ୟୁ
/sambad/media/post_attachments/wp-content/uploads/2019/11/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)