ଚୌଦ୍ବାର : ଚୌଦ୍ବାର ସର୍କଲ ଜେଲରେ ଆଜି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳର କୈଳାସ ଚନ୍ଦ୍ର ନାୟକ (୪୮) ଗତ ମାସ ୨ତାରିଖରେ ଏହି ଜେଲକୁ ଆସିଥିଲେ। ଏକ ଚୋରି ଅଭିଯୋଗରେ ଗିରଫ ହୋଇ ଭଞ୍ଜନଗର ଜେଲରେ ରହିବାପରେ ସେଠାରେ ତାଙ୍କର ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ଚୌଦ୍ବାର ଜେଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ କୈଳାସଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବା ପରେ ତାଙ୍କୁ ଆଜି ସକାଳୁ କଟକ ବଡମେଡିକାଲକୁ ପଠାଯାଇଥିଲା । ବଡମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେଲ୍ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ଚୌଦ୍ବାର ଜେଲରେ କଏଦୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/06/CHOWDWARJAIL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)