ବିଚାରାଧୀନ ବନ୍ଦୀଙ୍କ ପରଲୋକ

କଟକ : ଆଠଗଡ଼ ଜେଲ୍‌ର ଜଣେ ବିଚାରାଧୀନ ବନ୍ଦୀଙ୍କ ସୋମବାର ରାତିରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ଗୁରୁଡ଼ିଝାଟିଆ ଥାନା ଓରନ୍ଦା ଗ୍ରାମର ଲିଙ୍ଗରାଜ ବେହେରାଙ୍କ ପୁଅ ଲକ୍ଷ୍ମୀଧର ବେହେରା(୫୦) ପତ୍ନୀହତ୍ୟା ମାମଲାରେ ମାମଲାରେ ଗତ ୨୦୧୬ ସେପ୍ଟେମ୍ବର ୭ ତାରିଖ‌ରୁ ଆଠଗଡ଼ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିଲେ। ଗତବର୍ଷ ଡିସେମ୍ବର ୩୧ ତାରିଖରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପିତ୍ତକୋଷରେ ପଥର (ବିବିମାସ) ହୋଇଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୋମବାର ରାତି ୧୨ଟା୫ ମିନିଟରେ ତାଙ୍କର ପରଲୋକ ହୋଇଯାଇଥିଲା। ଏ ନେଇ ଆଠଗଡ଼ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସମୀର ରଞ୍ଜନ ସାହୁ ଏକ ପତ୍ର (ନଂ-୮୪/ତା୮|୧ା୨୦୧୯ରିଖ) ଲେଖି ମଙ୍ଗଳାବାଗ ଥାନାଧିକାରୀଙ୍କୁ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର