ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁରଟାଉନ୍‌ : ଯାଜପୁର ଉପକାରାଗାରରେ ଥିବା ବିଚାରାଧୀନ କଏଦୀ ଅବଦୁଲ୍‌ ଲତିଫ୍‌ ଖାଁଙ୍କର କଟକ ମେଡ଼ିକାଲରେ ଚିକିିତ୍ସିତ ହେଉଥିବା ବେଳେ ଆଜି ମୃତ୍ୟୁ ହୋଇଯାଇଛି। ଲତିଫ୍‌ଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଯାଜପୁର ସଦରଥାନା ଅନ୍ତର୍ଗତ ଜମଧର ଗ୍ରାମର ଉତ୍ତେଜନା ପ୍ରକାଶ ପାଇଛି। ଅବଦୁଲ୍‌ ଲତିଫଙ୍କୁ ସଦର ପୁଲିସ୍‌ ଗତ ୨୦ ତାରିଖରେ ପାରିବାରିକ ଗଣ୍ଡଗୋଳ ଅଭିଯୋଗରେ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲେ। ଗତକାଲି ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ପୁଣି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ହେବାରୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଲତିଫ୍‌ ଖାଁଙ୍କର ମୃତ୍ୟୁ ହୋଇଯାଇଛି। ରାତି ପର୍ଯ୍ୟନ୍ତ କଟକରୁ ମୃତ ଦେହ ଆସିପାରିନାହିଁ।

ସମ୍ବନ୍ଧିତ ଖବର