ଖଣ୍ଡପଡ଼ା ସବ୍‌-ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

ଖଣ୍ଡପଡ଼ା : ଖଣ୍ଡପଡ଼ା ସବ୍‌ଜେଲ୍‌ ପରିସରରେ ଜନୈକ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ, ବଡ଼ବୋହୂ ହତ୍ୟା ଘଟଣାରେ ୧୨.୦୨.୨୦୧୮ରେ ଖଣ୍ଡପଡ଼ା ସହରାଞ୍ଚଳର ବିଶ୍ୱନାଥ ସେଠୀ ଓ ବଡ଼ପୁଅ ବସନ୍ତ (୩୬)ଙ୍କୁ ଖଣ୍ଡପଡ଼ା ସବ୍‌ଜେଲ୍‌କୁ ପଠାଇ ଦିଆଯାଇଥିଲା। ଆଜି ଅପରାହ୍ଣରେ ବସନ୍ତ ପରିସ୍ରା କରିବାକୁ ଯାଇ ଗୃହ ପାର୍ଶ୍ୱରେ ଥିବା ଏକ ଚମ୍ପାଗଛ ଡାଳରେ ନିଜ ଗାମୁଛା ଯୋଗେ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା। ଖବର ଲେଖା ପର୍ଯ୍ୟନ୍ତ, ଏ ସମ୍ପର୍କରେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇ ନଥିବା ଓ ବ୍ରହ୍ମପୁର ସର୍କଲ ଜେଲ୍‌ ଅଧୀକ୍ଷକ ଘଟଣାସ୍ଥଳକୁ ନ ଆସିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପଡ଼ା ସବ୍‌-ଜେଲ୍‌ର ଭାରପ୍ରାପ୍ତ ସୁପରିନ୍‌ଟେଣ୍ଡେଣ୍ଟ୍‌ ସନ୍ତୋଷିନୀ ଦାଶଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର