ବାରିପଦା : ଅସୁସ୍ଥତା କାରଣରୁ ପିଆରଏମ ମେଡିକାଲ କଲେଜର ହସ୍ପିଟାଲ୍ରେ ରହି ଚିକିତ୍ସିତ ହେଉଥିବା ବାରିପଦା ମଣ୍ତଳ କାରାଗାରର ଜଣେ ବିଚାରାଧୀନ କଏଦୀ ଆଜି ଫେରାର ହୋଇଯାଇଛି। କାହ୍ନୁ ଚରଣ ମାରାଣ୍ତି ନାମକ ଉକ୍ତ କଏଦୀ ଆଜି ଭୋର ପ୍ରାୟ ସାଢେ଼ ୪ଟା ବେଳେ ଝାଡ଼ା ଯିବାକୁ କହି ଶୌଚାଳୟ ଯାଇଥିଲା। ମାତ୍ର ସେଠାରେ ଲାଗିଥିବା କାଚ ଝରକା ଖୋଲି କାହ୍ନୁ ଚମ୍ପଟ ମାରିଥିଲା। ଏ ନେଇ କର୍ତ୍ତବ୍ୟରେ ଅବହେଳା କାରଣରୁ ଦାୟିତ୍ବରେ ଥିବା ଦୁଇ କାରାରକ୍ଷୀ ସତ୍ୟବ୍ରତ ବେହେରା ଏବ˚ ମାନସ ରଞ୍ଜନ ରାଉତଙ୍କୁ ନିଲମ୍ବିତ କରାଯାଇଥିବା ବାରିପଦା ମଣ୍ତଳ କାରାଗାର ଅଧୀକ୍ଷକ ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ମେଡିକାଲରୁ ବିଚାରାଧୀନ କଏଦୀ ଫେରାର
/sambad/media/post_attachments/wp-content/uploads/2018/12/bpd-1-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)