କଟକ: ଧନତେରସ୍ ଅବସରରେ ଅଳଙ୍କାର କିଣି ଘରକୁ ଆଣିଲେ ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ପରିବାର ଓ ଘର ଉପରେ ପଡିଥାଏ ବୋଲି ବିଶ୍ବାସ ରହିଛି। ଧନତେରସ ପାଇଁ ଅନ୍ୟ ସହର ଭଳି ଆଜି କଟକ ସହରର ଅଳଙ୍କାର ଦୋକାନଗୁଡ଼ିକରେ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ଲାଗିଛି। ଆଜି ଦିନ ୧୦ଟାରୁ ଅଳଙ୍କାର ଦୋକାନଗୁଡ଼ିକରେ ଏହି ଭିଡ଼ ଲାଗିଛି। ଏଥି ପାଇଁ ବିଭିନ୍ନ ବର୍ଗର ଲୋକମାନେ ନିଜର ସକ୍ଷମତା ଅନୁଯାୟୀ ସୁନା କିମ୍ବା ରୂପା ଗହଣା କିଣିବା ପାଇଁ ଦୋକାନ ଗୁଡିକରେ ଭିଡ ଲଗାଇଛନ୍ତି।
ଅନ୍ୟପଟରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ଚାହିଦାକୁ ଦେଖି ଦୋକାନୀମାନେ ବିଭିନ୍ନ ପ୍ରକାର ରିହାତି ଅଫର ପ୍ରଚଳନ କରିଛନ୍ତି। କିଏ ସୁନା ଗହଣା ଗଢା ମଜୁରୀ ଉପରେ ରିହାତି ଦେଇଛି ତ ଆଉ କିଏ ରୁପା ଗହଣା ତିଆରି ମଜୁରି ଛାଡ କରିଛି। ଦୁଇ ବର୍ଷ ପରେ ଏଥର ଧନତେରସ ଗହଣା ଦୋକାନରେ ଭଲ ଭିଡ ହୋଇଛି ।