ବିଦ୍ୟାଳୟ ପରିସରରୁ କାଟିଦେଲେ ୩୦ ଗଛ: ବିିଇଓଙ୍କ ତଦନ୍ତ

କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

ଜଳେଶ୍ବର: ଜଳେଶ୍ବର ବ୍ଲକ ଝାଡ଼ପିପଳ ସ୍ଥିତ ବାଇଧର ଉପ୍ରା ବିଦ୍ୟାଳୟ ପରିସରରୁ ୩୦ରୁ ଊର୍ଦ୍ଧ୍ବ ମୂଲ୍ୟବାନ ଗଛ କଟା ଯାଇଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳେଶ୍ବର ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଇଓ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଛନ୍ତି।

ପ୍ରକାଶଯୋଗ୍ୟ, ବିଦ୍ୟାଳୟ ହତା ମଧ୍ୟରେ ଏକ ପୋଖରୀ ଥିବା ବେଳେ ଏହି ପୋଖରୀ ହୁଡ଼ାରେ ବହୁ ପୁରାତନ ଗଛ ରହିଛି। ଗଛ ଗୁଡ଼ିକ ଯୋଗୁ ପୋଖରୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି କହି ଗ୍ରାମ କମିଟିର କିଛି କର୍ମକର୍ତ୍ତା ଗଛ କାଟିବା ପାଇଁ ପ୍ରଧାନଶିକ୍ଷକ ରାଧାମାଧବ ଜେନାଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ବିଇଓଙ୍କ ବିନା ଅନୁମତିରେ ଗଛ କଟା ଯାଇପାରିବ ନାହଁ ବୋଲି ପ୍ରଧାନଶିକ୍ଷକ ଶ୍ରୀ ଜେନା ସେମାନଙ୍କୁ ଜଣାଇ ଦେଇଥିଲେ। ଏହା ସତ୍ତ୍ୱେ ଗତ ୧୮ ତାରିଖରେ ପ୍ରଧାନଶିକ୍ଷକ ସ୍କୁଲ ଯିବା ବେଳକୁ ଗ୍ରାମ କମିଟି ସଦସ୍ୟ ୩୦ରୁ ଊର୍ଦ୍ଧ୍ବ ବଡ଼ ବଡ଼ ଗଛ କାଟି ସାରିଥିଲେ। ପ୍ରଧାନଶିକ୍ଷକ ସେମାନଙ୍କୁ ଯେତେ ବାରଣ କରିଥିଲେ ସୁଦ୍ଧା କେହି ଶୁଣି ନଥିଲେ। ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ଶ୍ରୀ ଜେନା ଜଳେଶ୍ବର ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି ବିଇଓ ଭଗିରଥ ଗିରି ସ୍କୁଲରେ ପହଞ୍ଚି ଘଣାର ତଦନ୍ତ କରିଛନ୍ତି। ସେପଟେ ବିନା ଅନୁମତିରେ ସରକାରୀ ଅନୁଷ୍ଠାନ ପରିସରରୁ ଗଛ କାଟିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧିତ ଖବର