ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ କଲୋପତ୍ରା ଗ୍ରାମର ଗୋକୁଳ ଚରଣ ରାଉତ ତା’ ସ୍ତ୍ରୀ ମନିଷା ରାଉତଙ୍କ ତଣ୍ଟିକୁ ଏକ ଛୁରିରେ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଗୁରୁତର ଅବସ୍ଥାରେ ମନିଷାଙ୍କୁ ଉଦ୍ଧାରର କରି ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରିଥିବା ବେଳେ ଗୋକୁଳକୁ ଗିରଫ କରିଛି।
ଏ ନେଇ ଆଇପିସିର ଦଫା ୪୯୮ (ଏ), ୩୨୪ ଓ ୩୦୭ରେ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଗୋକୁଳ କିଛି କାମ କରୁ ନଥିବା ବେଳେ ସ୍ତ୍ରୀ ମନିଷା ଏକ ହୋଟେଲରେ କାମ କରୁଥିଲେ।। ସ୍ୱାମୀ ମଦ୍ୟପାନ କରୁଥିବା ଓ କାମ କରୁ ନଥିବାରୁ ମନିଷା ଆକଟ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଗୋକୁଳ ମନିଷାଙ୍କ ତଣ୍ଟି କାଟି ଦେଇଥିଲା ବୋଲି ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।
Follow Us