କେକ କାଟି ବାଛୁରୀ ର ଜନ୍ମ ଦିବସ ପାଳନ କଲେ, ଗୋ  ପ୍ରେମୀ କେଶବ ଚନ୍ଦ୍ର ପଟେଲ 

ବରଗଡ: ଆମ ପରିବାର ରେ ଯଦି  ନବ ଜାତ ଶିଶୁ ଜନ୍ମ ହେଲେ ଆମେ ଏକୋଶିଆ ଠାରୁ ଆରମ୍ଭ କରି ଏହାର ଜନ୍ମ ଦିବସ ରେ କେକ କାଟି ଜନ୍ମ ଦିବସ ପାଳନ କରିଥାଉଁ । ସେହିପରି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଦ୍ବାରୀ ଗ୍ରାମ ର କେଶବ ଚନ୍ଦ୍ର ପଟେଲ ଙ୍କ ଗୋ ପାଳନ କରିଥିବା  ବାଛୁରୀ ର ଏକ ବର୍ଷ ଜନ୍ମ ପୂର୍ତ୍ତୀ ଅବସରରେ କେକ କାଟି ଜନ୍ମ ଦିବସ ପାଳନ କରି ଗୋ ପାଳକ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଳଟିଛି । ସେ କହନ୍ତି ଗାଇ ବଳଦ କୁ ଲୋକେ ଘରେ   ନରଖି ଛାଡି ଦେଉଛନ୍ତି । ଏହି ଗାଇ ଗୋରୁ ଗୃହ ପାଳିତ ପଶୁ ହେଲେ ମଧ୍ୟ ଆମ ପରିବାର ଉପକାର ଆସୁଥିବାରୁ ମାନବିକତା ଦୃଷ୍ଟି ରୁ ମୁଁ ଗାଇ ଗୋରୁ ଙ୍କୁ ଭଲ ପାଏ ବୋଲି ଗୋ ପ୍ରେମୀ କେଶବ ଚନ୍ଦ୍ର ପଟେଲ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର