ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ହଟିଲା କଟକଣା: ଦିଆଯିବ ବେଡ୍‌ସିଟ୍‌, ତକିଆ, କମ୍ବଳ

ଭୁବନେଶ୍ବର : କରୋନା ସଂକ୍ରମଣ କମିଥିବାରୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକାଧିକ ପଦକ୍ଷେପ ହାତକୁ ନିଆଯାଇଛି। ରେଳପଥ ପକ୍ଷରୁ ଯେଉଁ ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କୁ ବେଡ୍‌ସିଟ୍‌, କମ୍ବଳ ଓ ତକିଆ ଦିଆଯାଉଥିଲା, ତାହା ପୁଣିଥରେ ଆରମ୍ଭ ହେବ। କୋଭିଡ୍‌ ଲାଗି ଜାରି କଟକଣାକୁ ହଟାଇ ଦିଆଯାଇଛି। ସମସ୍ତ ଜୋନାଲ ରେଲୱେର ଜେନେରାଲ ମ୍ୟାନେଜର୍‌ମାନେ ଏ ଦିଗରେ ପଦକ୍ଷେପ ନେବା ସହ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର