ପରିବାରକୁ ଛାଡ଼ି ଡାକ୍ତର ସ୍ୱାମୀ ନର୍ସଙ୍କ ସହିତ ରଖିଥିଲେ ଅନୈତିକ ସମ୍ପର୍କ, ପତ୍ନୀଙ୍କ ହାତରେ ଧରାପଡ଼ିଲେ

କଟକ: କଟକର ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଆୟୁସ୍‌ ଡାକ୍ତର ଚିନ୍ମୟ କୁମାର ସାହୁ ଜଣେ ନର୍ସଙ୍କ ସହ ଅନୈତିକ ସଂପର୍କ ରଖିଥିବା ନେଇ ତାଙ୍କ ପତ୍ନୀ ଶୁକ୍ରବାର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନ୍ୟାୟ ପାଇଁ ଡାକ୍ତରଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୩ ମସିହାରେ କଟକ ମାତା ମଠ ଅଞ୍ଚଳରେ ସ୍ୱର୍ଣ୍ଣଲତା ମହାନ୍ତିଙ୍କୁ ଡାକ୍ତର ଚିନ୍ମୟ କୁମାର ସାହୁ ବିବାହ କରିଥିଲେ । ଡାକ୍ତର ଚିନ୍ମୟ କଟକର ଏକ ଘରୋଇ ହସ୍ପିଟାଲରେ ଆନାସ୍ଥେସିଆ ବିଭାଗରେ କାମ କରୁଥିବା ବେଳେ ଜଣେ ନର୍ସଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ ସସ୍ମିତା ମହିଳା ଥାନା ଓ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କଟକ ଡିସିପିଙ୍କୁ ଭେଟିଛନ୍ତି । ଡିସିପି ତାଙ୍କ ଠାରୁ ପୁରା ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ।

ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ପ୍ରମାଣ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

ସମ୍ବନ୍ଧିତ ଖବର