କଟକର ଅଭିମନ୍ୟୁ ସାଉଁଟିଲେ ମହମ୍ମଦ କୈଫଙ୍କ ପ୍ରଶଂସା

ଅସହାୟଙ୍କ ସେବା ଓ ଶବଦାହ ଭଳି କାର୍ଯ୍ୟରେ ଉତ୍ସର୍ଗୀକୃତ

କଟକ: ଅସହାୟ ଓ ଅପରିଚିତ ବ୍ୟକ୍ତିଙ୍କ ସେବା କରିବା ଏବ˚ ପ୍ରାଣ ହରାଉଥିବା ଅନେକ ଅସହାୟଙ୍କ ଶବଦାହ କରି ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି କଟକ ନେତାଜୀ ନଗରର ଅଭିମନ୍ୟୁ ଦାସ। କିନ୍ତୁ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶ˚ସା କରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ମହମ୍ମଦ କୈଫ ଫେସ୍‌ବୁକ୍‌ ଓ ଟ୍ବିଟରରେ ବାର୍ତ୍ତା ଦେବା ଘଟଣା ଏବେ ସବୁ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

‘ ସେ ମାନବିକତା ଦେଖାଇ ଗରିବ କର୍କଟ ରୋଗୀଙ୍କ ସେବା କରୁଥିଲାବେଳେ ଅସହାୟଙ୍କ ଶବଦାହ କରି ଶେଷ ପର୍ଯ୍ୟନ୍ତ ସେମାନଙ୍କ ପରିବାର ସହ ରହିଥାନ୍ତି,’ ବୋଲି କୈଫ ତାଙ୍କ ଟ୍ବିଟର ଓ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ମାନବ ସେବା ହିଁ ମାଧବ ସେବା ବୋଲି କୈଫ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତାଙ୍କ ଉକ୍ତ ପୋଷ୍ଟି˚କୁ ଅନେକ ଲାଇକ୍‌ ଓ କମେଣ୍ଟ ମିଳିସାରିଛି। ଏପରିକି ଅଭିମନ୍ୟୁଙ୍କ ଉକ୍ତ ମଣିଷପଣିଆକୁ କୈଫଙ୍କ ଅନେକ ପ୍ରଶ˚ସକ ପ୍ରଶ˚ସା କରିବାକୁ ପଛାଇ ନାହାନ୍ତି। କୈଫ ତାଙ୍କର ଉକ୍ତ ପୋଷ୍ଟରେ ଅଭିମନ୍ୟୁଙ୍କ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ ଅଭିମନ୍ୟୁ ଏକ ଜୁଇ ସଜାଉଥିଲାବେଳେ ଅନ୍ୟ ଫଟୋରେ ମେଡିକାଲ୍‌ ଵାର୍ଡ ଭିତରେ ଜଣେ ଅସହାୟ ମହିଳାଙ୍କ ସେବା କରୁଥିବା ଫଟୋ ରହିଛି। ତେବେ କୈଫଙ୍କ ଉକ୍ତ ପ୍ରଶ˚ସା ବିଷୟରେ ଅଭିମନ୍ୟୁ ମଧ୍ୟ ଅଜ୍ଞ ଥିବାବେଳେ ଜଣେ ସାମ୍ବାଦିକଙ୍କ ଠାରୁ ଏବିଷୟରେ ଜାଣିପାରି ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ତୁରନ୍ତ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସେ କୈଫଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର