କଟକ ବାଲିଯାତ୍ରାର ମଜା ନିଆରା: ହରି ପ୍ରସାଦ ଚୌରାସିଆ

କଟକ: ପଦ୍ମଶ୍ରୀ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆଙ୍କ ବଂଶୀର ଧୁନରେ କମ୍ପିଲା ବାଲିଯାତ୍ରା। ‘ଆହେ ନୀଳ ଶଇଲ’ ଧୂନ ଆଉ ଅନେକ ବଂଶୀର ମୂର୍ଚ୍ଚନାରେ ଝୁମିଲେ ଦର୍ଶକ। ତେବେ ଏହାରି ମଧ୍ୟରେ ସେ ଅତୀତରେ କଟକରେ କଟାଇ ଥିବା ସ୍ମୃତିର ପୁନରାବୃତ୍ତି କରିଥିଲେ। ଯେତେବେଳେ ସେ କଟକର ବକ୍ସିବଜାରରେ ରହି ଅଲ ଇଣ୍ଡିଆ ରେଡ଼ିଓରେ ବଂଶୀ ବଜାଉ ଥିଲେ ସେହି ସମୟରେ ଅକ୍ଷୟ ମହାନ୍ତିଙ୍କ ସହ ହୋଇଥିଲା ଦେଖା। ଆଉ ସେ ଓଡ଼ିଆ ସଙ୍ଗୀତ ପ୍ରତି ବଡ଼ ଅବଦାନ ଦେଇଛନ୍ତି ବୋଲି କହିଛନ୍ତି ହରିପ୍ରସାଦ। ଏହାସହ ଯେଉଁଟି ବି ବଡ଼ ବଡ଼ ପ୍ରୋଗ୍ରାମ ଦେଶ ବିଦେଶରେ ହୋଇଛି ହେଲେ କଟକ ବାଲିଯାତ୍ରାର ମଜା ନିଆରା ବୋଲି କହିଥିଲେ ସେ। ତେବେ କଟକ ଆସିବା ପରେ ସବୁ ଅତୀତ ସାମ୍ନାକୁ ଆସିଗଲା ଯାହାକୁ ନେଇ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି।

ବାଲିଯାତ୍ରା ଇତିହାସରେ ଯୋଡି ହେଲା ହାଇକୋର୍ଟ । ପ୍ରଥମ ଥର ପାଇଁ ବାଲିଯାତ୍ରା ପଡିଆରେ ହାଇକୋର୍ଟ ରେପ୍ଲିକା ରହେଲା ଉଦ୍‌ଘାଟନ। ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧର ଏହି ରେପ୍ଲିକାର ଶୁଭାରମ୍ଭ କରିଛନ୍ତି। ବିଚାର ବିଭାଗ, ଆଇନ କଣ ଏହି ରେପ୍ଲିକାରୁ ଆସୁଥିବା ଲୋକେ ଜାଣି ପାରିବେ। ଏହାସହ ବହୁତ ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି। ଆୟୋଜକଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଇନ, ବିଚାର ବିଭାଗ, ବିଚାର ବ୍ୟବସ୍ଥା ଓ ଜଣସାଧାରଣ ପରସ୍ପର ନିକଟତର ହୋଇ ପାରିବେ ଏହି ପ୍ରୟାସ ମାଧ୍ୟମରେ ବୋଲି କହିଛନ୍ତି। ବାଲିଯାତ୍ରା ଏବେ ଏକ ଶିଖିବାର ମାଧ୍ୟମ ହୋଇ ପାରିବ ବୋଲି କହିଲେ ମୁଖ୍ୟ ବିଚାରପତି କହିଛନ୍ତି । ରେପ୍ଲିକା ଶୁଭାରମ୍ଭ ପରେ ବାଲିଯାତ୍ରା ବୁଲି ଦେଖିଥିଲ ମୁଖ୍ୟ ବିଚାରପତି ।

 

ସମ୍ବନ୍ଧିତ ଖବର