ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଦେଲା ୨ କୋଟି ଟଙ୍କା

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ କଟକ କୋ-ଅପରେଟିଭ ବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୮-୧୯ର ୨ କୋଟି ଲାଭ ଟଙ୍କା ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ଏଥି ସହ କର୍ମଚାରୀମାନେ ଦିନକର ଦରମା ୨ ଲକ୍ଷ ୨୭ ହଜାର ୮୫୧ ଟଙ୍କା ଦେଇଛନ୍ତି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ମାସକ ପାଇଁ ଆମ ପାଖରେ ଖାଦ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଅଛି । ୩୦ ପ୍ରତିଶତ ଲୋକଙ୍କ ଘରେ ଏବେ ପିଡିଏସ ସାମଗ୍ରୀ ପହଞ୍ଚି ସାରିଛି । ଯେଉଁ ହିତାଧିକାରୀଙ୍କ ପାଖରେ ଖାଦ୍ୟସାମଗ୍ରୀ ପହଞ୍ଚି ନାହିଁ, ଆଗାମୀ ୧୦ ଦିନ ମଧ୍ୟରେ ପହଞ୍ଚିଯିବ ।

ସମ୍ବନ୍ଧିତ ଖବର