କଟକ: କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ଦେଖି ଆଜିଠାରୁ ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ କରାଯାଇଛି | ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ | ଏ ନେଇ ଆଜି ଘୋଷଣା କରିଛି କଟକ ମହାନଗର ନିଗମ(ସିଏମସି) | ତେବେ ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ | ତେବେ ଜିନିଷ କିଣିବା ସମୟରେ ସତର୍କ ରହିବା ପାଇଁ କହିଛି ସିଏମସି | ଲୋକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଏବଂ ମାସ୍କ ପିନ୍ଧି ଜରୁରୀ ଜିନିଷ କିଣିବାକୁ ହେବ | ଜରୁରୀ ନ ଥିଲେ କେହି ବାହାରକୁ ନବାହାରିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି |

Advertisment

ସଟଡାଉନ କାଳରେ ଔଷଧ ଦୋକାନ ଖୋଲା ରହିବା ସହ ଜରୁରୀ ଜିନିଷର ଅନଲାଇନ ଡେଲିଭରିକୁ ଅନୁମତି ଦିଆଯିବ | ଏହା ସହ ଜରୁରୀ ସେବା ଯେମିତିକି ପାଣି ଏବଂ ବିଦ୍ୟୁତ ଯୋଗାଣ ଅନ୍ୟ ଦିନ ଭଳି ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି |