କଟକ: କଟକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୧୫୦ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳ(ସିଏମସି)ରୁ ୬୭ ଜଣ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୩୫୦କୁ ବୃଦ୍ଧି ପାଇଛି । ସବୁଠାରୁ ବଡ଼ କଥା ହେଲା ଗତ ଦୁଇଦିନ ହେଲାଣି କଟକ ସହରରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ |
ଚିହ୍ନଟ ୬୭ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୨୯ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୫ଜଣ ଓ ଗୃହ ସଂଗରୋଧରୁ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ ସହରରେ ୬୬ଜଣ ସୁସ୍ଥ ହୋଇଥିବା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
#COVID19 update in Cuttack city (CMC area)
Out of the 150 new COVID19 +ve cases reported today in #Cuttack district, 67 +ve cases belong to Cuttack city (CMC area).
Another 66 recoveries (21st October data) have been reported recently! KUDOS to all doctors & healthcare staff. pic.twitter.com/crVX9JAQji
— CMC,Cuttack (@CMCCuttack) October 22, 2020
ନୂତନ ଆକ୍ରାନ୍ତ, ମୃତ ଓ ସୁସ୍ଥ ସଂଖ୍ୟାକୁ ମିଶାଇ କଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୪ ଓ ମୃତ୍ୟୁସଂଖ୍ୟା ୬୬ ରହିଛି । ସହରରେ ଏପର୍ଯ୍ୟନ୍ତ ପ୍ରାୟ ୧୩,୪୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।