ଆଜି କଟକ ସହରରୁ ମୋଟ ୪୧ଜଣ କରୋନା ପଜିଟିଭ ଚିହ୍ନଟ, ୬୨ଜଣ ସୁସ୍ଥ

କଟକ: ଆଜି କଟକ ସହରରୁ ମୋଟ ୪୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ ଅଛନ୍ତି। ଏହା ସହ ଆଜି ୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ ପୁରୁଷ କୋଭିଡ ଯୋଦ୍ଧାଙ୍କ ସମେତ, ୮ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସିଡିଏରୁ ୨ଜଣ, ଜଗତପୁର, ବାଲି ସାହି, ଶିବ ବଜାର, ସେକ୍ଟର ୭ସିଡିଏ ଏବଂ ନୟାବଜାରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ଅଂଚଳରୁ ଆଜି ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଶିଖରପୁରରୁ ୩ଜଣ, ସେକ୍ଟର ୭ସିଡିଏ, ସେକ୍ଟର ୧୦ସିଡିଏ ଏବଂ ତୁଳସୀପୁରର ଅପର ପୁଲିସ କଲୋନୀରୁ ୨ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୪୧ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୫୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୬୮୫ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୩୦ଜଣ ଚିକିତ୍ସାଧୀନ ଥିବା ବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର

Comments are closed.