କଟକ ସହରରେ ୬୩ ନୂଆ କରୋନା ପଜିଟିଭ

କଟକ: କଟକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୧୫୩ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳ(ସିଏମସି)ରୁ ୬୩ ଜଣ କରୋନା ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୨୮୩କୁ ବୃଦ୍ଧି ପାଇଛି । ସବୁଠାରୁ ବଡ଼ କଥା ହେଲା ଆଜି କଟକ ସହରରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ |

ଚିହ୍ନଟ ୬୩ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୩୪ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୭ଜଣ ଓ ଗୃହ ସଂଗରୋଧରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ ସହରରେ ୭୩ଜଣ ସୁସ୍ଥ ହୋଇଥିବା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ନୂତନ ଆକ୍ରାନ୍ତ, ମୃତ ଓ ସୁସ୍ଥ ସଂଖ୍ୟାକୁ ମିଶାଇ କଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୩ ଓ ମୃତ୍ୟୁସଂଖ୍ୟା ୬୬ ରହିଛି । ସହରରେ ଏପର୍ଯ୍ୟନ୍ତ ପ୍ରାୟ ୧୩,୩୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

ସମ୍ବନ୍ଧିତ ଖବର

Comments are closed.