କଟକ: କଟକ: ଆଜି କଟକ ସହରରୁ ମୋଟ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୮ ଜଣ ଓ ସ୍ଥାନୀୟ ଅଂଚଳରୁ ୩୫ ଜଣ ଅଛନ୍ତି। ଏହା ସହ ଆଜି ୨୪ ଘଣ୍ଟାରେ ୭୨ଜଣ ସୁସ୍ଥ ହୋଇଛନ୍ତି | କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୯ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସିଡିଏ ଦେହୁରୀ ସାହି ଗୋପାଳପୁରରୁ ୬ଜଣ, ନୂଆବଜାରରୁ ୩ଜଣ, ଜଗତପୁରରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 103 new COVID19 +ve cases reported today in #Cuttack district, 63 +ve cases belong to Cuttack city (CMC area).
Another 72 recoveries (23rd October data) have been reported recently! KUDOS to all doctors & healthcare staff. pic.twitter.com/FqBHMIqcTU
— CMC,Cuttack (@CMCCuttack) October 24, 2020
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୬୩ ଜଣ ଅଛନ୍ତି। ତେବେ ଏ ପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୫୫୫ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୬୬ ଜଣ ଚିକିତ୍ସାଧୀନ ଥିବା ବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗତ ୪ ଦିନ ହେଲାଣି କଟକ ସହରରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ |