କଟକରୁ ମୋଟ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୧୭୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେ‌ଳେ କଟକ ସହରରୁ ମୋଟ ୮୫ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚିହ୍ନଟ ୮୫ ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୫୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୭ ଜଣ ଓ ଗୃହ ସଂଗରୋଧରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଯାବତ କଟକରେ ୧୪,୦୩୧ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୩,୦୮୨ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏହି ମହାମାରୀରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେ‌ଳେ ଏବେ ବି ୮୮୬ ଟି ସକ୍ରିୟ ମାମଲା ରହିଛି। କଟକରୁ ଆଜି ଜଣେ ୬୫ବର୍ଷିଆ ମହିଳାଙ୍କ ମୃତ୍ୟୁ ହେବା ପରେ କଟକ ସହରରେ ମୃତ୍ୟୁ ସଂଖ୍ୟା ୬୩ରେ ପହଞ୍ଚିଛି |

ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ୫୦ ଜଣଙ୍କ ମଧ୍ୟରେ ଜଗତପୁରରୁ ୫ଜଣ, ଅରୁଣୋଦୟ ନଗରରୁ ୩ଜଣ, ତେଲେଙ୍ଗାପେଣ୍ଠରୁ ୪ଜଣ, କଲ୍ୟାଣୀ ନଗରରୁ ୩ଜଣ, ସିଡିଏରୁ ୨ଜଣ ରହିଛନ୍ତି |

ସମ୍ବନ୍ଧିତ ଖବର