କଟକ: ବାତ୍ୟା ୟସ ଯୋଗୁ ସହରର ପ୍ରମୁଖ ସ୍ଥାନ ମାଲଗୋଦାମ ଠାରେ ଲୋକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ତେବେ ବାତ୍ୟା ୟସକୁ ନଜରରେ ରଖି ସହରବାସୀ ଭୟଭୀତ ହେବାସହ ଆଗୁଆ ଜିନିଷ କିଣିବା ପାଇଁ ତତ୍ପର ହୋଇପଡିଛନ୍ତି। ସେଭିଭଳି ସହରର ବାଦାମବାଡି, ଚାଉଳିଆଗଞ୍ଜ ଠାରେ ଖୋଲିଥିବା ଅସ୍ଥାୟୀ ପରିବା ମାର୍କେଟ ଠାରେ ମଧ୍ୟ ଲୋକଙ୍କ ଭିଡ଼ ଜମିଛି। ତେବେ ଭିଡରେ ଲୋକଙ୍କ ମଧ୍ୟରେ ସାମାଜିକ ଦୁରତା ରହିନଥିବା ଓ ଗୋଷ୍ଠୀ ସଂକ୍ରମଣ ହେବାର ବହୁ ଆଶଙ୍କା ରହିଛି।
ବାତ୍ୟାକୁ ନଜରରେ ରଖି ୨୪ ଓ ୨୫ ତାରିଖ ଆଜି ଓ କାଲି କଟକ ସମେତ ଅନ୍ୟ କିଛି ଜିଲ୍ଲାରେ ସକାଳ ୭ ଟାରୁ ୧୧ ଟା ପରିବର୍ତ୍ତେ ଦିନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ ବୋଲି ସରକାର ଘୋଷଣା କରିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-3.png)