ଡେପୁଟି ମେୟର ପଦରେ ବସିବା ପରେ ରେଭେନ୍ସା ଶ୍ରେଣୀ ଗୃହକୁ ଆସିଲେ ଦମୟନ୍ତୀ ମାଝୀ; ପଢ଼ିଲେ ପାଠ, କଲେ ଆଲୋଚନା  

କଟକ: ସିଏମ୍‌ସିର ଡେପୁଟି ମେୟର ପଦବିରେ ବସିବା ପରେ ଦମୟନ୍ତୀ ମାଝୀ ଆଜି ପ୍ରଥମ କରି ରେଭେନ୍ସାରେ କ୍ଲାସ୍‌ କରିଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟ ସ୍ନାତକୋତ୍ତରର ଦ୍ବିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ‌ଡେପୁଟି ମେୟର ଦମୟନ୍ତୀ। ଆଜି ସାଙ୍ଗମାନଙ୍କ ସହିତ ବିଶ୍ବବିଦ୍ୟାଳୟର କମର୍ସ ବ୍ଲକରେ ଦୁଇଟି ଯଥା ଏଚ୍‌ଆରଏମ୍‌ ଓ ଅଡିଟିଂ କ୍ଲାସ୍‌ କରିଛନ୍ତି। ପୂର୍ବାହ୍ନ ୧୧ରୁ ଅପରାହ୍ନ ଗୋଟିଏ ମଧ୍ୟରେ ୨ଟି କ୍ଲାସ୍‌ କରିଥିଲେ। ନିଗମ ପକ୍ଷରୁ ମିଳିଥିବା ଗାଡିରେ ସେ କ୍ଲାସ୍‌ କରିବାକୁ ଯାଇଥିବା ବେଳେ ସାଙ୍ଗରେ ତାଙ୍କର ଡ୍ରାଇଭର ଥିଲେ। କ୍ଲସ୍‌ କରିବା ସମୟରେ ନିଜକୁ ସିଏମ୍‌ସିର ଡେପୁଟି ମେୟର ନୁହେଁ ମାତୟ ଜଣେ ଛାତ୍ରୀ ବୋଲି ଭାବିଥିବାର ସେ କହିଛନ୍ତି। ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସାଙ୍ଗମାନେ ତାଙ୍କୁ ଆଦର କରିବା ସହ ତାଙ୍କୁ ଭଲ ପାଇବା ଦେଇଛନ୍ତି ବୋଲି ଦମୟନ୍ତୀ କହନ୍ତି। ବିଶ୍ବବିଦ୍ୟାଳୟ ପରିସରରୁ ବର୍ଷା ପାଣି ନଷ୍କାସନ ଓ ରେଭେନ୍ସା ଆଗରୁ ଗାଡି ପାର୍କିଂ ସମସ୍ୟାକୁ ଦୂର କରିବା ଦିଗରେ ସେ ଉଦ୍ୟମ କରିବେ ବୋଲି ଦମୟନ୍ତୀ କହିଛନ୍ତି।

ସମ୍ବନ୍ଧିତ ଖବର