ପଞ୍ଚାୟତ ନିର୍ବାଚନ ପାଇଁ କଟକ ଜିଲ୍ଲାରେ କେଉଁ ତାରିଖରେ କେଉଁ ବ୍ଲକରେ ମତଦାନ?

କଟକ: ଆଜି ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ କଟକ ଜିଲ୍ଲାରେ କେଉଁ ତାରିଖରେ କେଉଁ ବ୍ଲକରେ ମତଦାନ ହେବ ତାହା ସାମ୍ନାକୁ ଆସିଛି। ଫେବ୍ରୁଆରି ୧୬ ତାରିଖରେ ଜିଲ୍ଲାର ମାହଙ୍ଗା, କଟକ ସଦର ଓ ନରସିଂହପୁର ବ୍ଳକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ତାପରେ୧୮ରେ ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡମ୍ବା ବ୍ଳକରେ ମତଦାନ କରାଯିବ। ଅନ୍ୟପକ୍ଷରେ ସାଲେପୁର, କଣ୍ଟାପଡା ଓ ତିଗିରିଆ ବ୍ଳକରେ ୨୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଠିକ୍ ସେହିପରି ୨୨ ତାରିଖରେ ଆଠଗଡ଼, ଟାଙ୍ଗୀ ଓ ବାଙ୍କୀ-ଡମପଡ଼ା ଏବଂ ୨୪ ତାରିଖରେ ନିଆଳି ଓ ବାଙ୍କୀରେ ମତଦାନ ହେବ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ୧୬ ଫେବ୍ରୁଆରିରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ନିର୍ବାଚନ ହେବ। ୨୦୨ ଜିଲ୍ଲା ପରିଷଦ ଜୋନ୍, ୧୬୬୯ ଗ୍ରାମ ପଞ୍ଚାୟତ, ୨୨୩୭୯ଟି ବୁଥରେ ଭୋଟ ଗ୍ରହଣ, ୬୭୫୧୦୬୮ ଭୋଟର ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ୧୮ ଫେବ୍ରୁଆରିରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ନିର୍ବାଚନ ହେବ। ଏଥିରେ ୧୪୬ ଜିଲ୍ଲା ପରିଷଦ ଜୋନ୍, ୧୫୧୪ ଗ୍ରାମ ପଞ୍ଚାୟତ, ୨୦୪୩୬ ବୁଥରେ ଭୋଟ ଗ୍ରହଣ ହେବ। ଏହି ଦିନ ୬୨୧୦୯୩୮ ଭୋଟର ମତଦାନ କରିବେ। ତୃତୀୟ ପର୍ଯ୍ୟାୟ ୨୦ ଫେବ୍ରୁଆରିରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ନିର୍ବାଚନ ହେବ।ଏଥିରେ୧୭୧ଟି ଜିଲ୍ଲା ପରିଷଦ ଜୋନ, ୧୩୮୨ଟି ଗ୍ରାମପଞ୍ଚାୟତ,୧୮୪୯୫ ବୁଥରେ ଭୋଟ ଗ୍ରହଣ, ମୋଟ ୫୬୫୩୪୦୫ ଭୋଟର ରହିଛନ୍ତି।
ସେହିଭଳି ଚତୁର୍ଥ ପର୍ଯ୍ୟାୟ ୨୨ ଫେବ୍ରୁଆରିରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ନିର୍ବାଚନ ହେବ। ଏଥିରେ ୧୬୩ଟି ଜିଲ୍ଲା ପରିଷଦ ଜୋନ, ୧୨୫୪ଟି ଗ୍ରାମପଞ୍ଚାୟତ, ୧୭୦୮୯ ବୁଥରେ ଭୋଟଗ୍ରହଣ, ୫୧୩୧୭୨୭ ଭୋଟର ରହିଛନ୍ତି। ପଞ୍ଚମ ପର୍ଯ୍ୟାୟ ୨୪ ଫେବ୍ରୁଆରିରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ନିର୍ବାଚନ ହେବ। ଏଥିରେ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ଗ୍ରାମ ପଞ୍ଚାୟତ, ୧୩୫୧୪ ବୁଥରେ ଭୋଟଗ୍ରହଣ, ୪୧୮୮୩୮୨ ଭୋଟର ରହିଛନ୍ତି।

ସମ୍ବନ୍ଧିତ ଖବର