କଟକ ସିଟି ହସ୍ପିଟାଲରେ ଡାକ୍ତରଙ୍କଠାରେ କରୋନା ଚିହ୍ନଟ ପରେ ପ୍ରଶାସନର କଡ଼ା ପଦକ୍ଷେପ

ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଡାକ୍ତର ଓ ରୋଗୀଙ୍କର କରୋନା ଟେଷ୍ଟ

କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ କଟକ ସିଟି ହସ୍ପିଟାଲରେ ଡାକ୍ତରଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା। ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ସଂଶସ୍ପର୍ସରେ ଆସିଥିବା ସମସ୍ତ ଡାକ୍ତର ଓ ରୋଗୀଙ୍କର କରୋନା ଟେଷ୍ଟ କରାଯିବ । ଡାକ୍ତର ଜଣକ ଯାଇଥିବା ସମସ୍ତ ଜାଗା ଚିହ୍ନଟ କରାଯିବା ସହିତ ସବୁ ସ୍ଥାନକୁ ସଂପୂର୍ଣ୍ଣ ବିଶୋଧନ କରାଯାଉଛି ବୋଲି କଟକ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି।

ଏବେ ଆକ୍ରାନ୍ତ ଡାକ୍ତର ଅଶ୍ୱିନୀ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶିଶୁରୋଗ ବିଭାଗର ଏହି ଡାକ୍ତର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ସନ୍ଦେହ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା । ଏବେ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଚିକିତ୍ସା ଲାଗି କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସଂପୃକ୍ତ ଡାକ୍ତରଙ୍କ ସଂପର୍କରେ ଆସିଥିବା ହସ୍ପିଟାଲର ଅନ୍ୟ ୧୬ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା କଟକ ଜିଲ୍ଲାର ୧୬ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ତାମିଲନାଡ଼ୁ ଫେରନ୍ତା ଥିବା ବେଳେ ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଓ ୩ଜଣ ଦୁବାଇ ଫେରନ୍ତା ଥିବା ବେଳେ ଜଣେ ସ୍ଥାନୀୟ ଲୋକ ଥିଲେ।

ସମ୍ବନ୍ଧିତ ଖବର