କଟକ: ଦୁର୍ଗାପୂଜାକୁ ଆଉ ଦୁଇ ମାସରୁ କମ୍ ସମୟ ଅଛି। କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଦୁର୍ଗାପୂଜା ଆୟୋଜନ ପୂର୍ବଭଳି ହେବ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଏହାରି ଭିତରେ ବୁଧବାର କରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ କଟକର ଐତିହାସିକ ଦୁର୍ଗାପୂଜା କଟକଣା ମଧ୍ୟରେ ସଂପନ୍ନ ହେବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଏଥର କଟକରେ ଦୁର୍ଗାପୂଜା ପାଳିତ ହେବ କିନ୍ତୁ ସାର୍ବଜନୀନ ସ୍ଥାନରେ ଅଦୌ ଦୁର୍ଗାପୂଜାର ଆୟୋଜନ ହେବନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଜିଲ୍ଲାପାଳ ।
ରାଜ୍ୟରେ ଏଯାଏଁ କରୋନା ପରିସ୍ଥିିତି ସୁଧୁରି ନାହିଁ। ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ବିନା ଭକ୍ତରେ ଦୁର୍ଗାପୂଜା ଆୟୋଜନ କେବଳ ପୂଜା ପଣ୍ଡାଲ ଉପରେ ହିଁ ହେବ। ସେଥିପାଇଁ ବିଭିନ୍ନ ପୂଜା ଓ ସାହି କମିଟିମାନଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ କଟକର କୌଣସି ମଣ୍ଡପରେ ଭିଡ଼ କିମ୍ବା ଶ୍ରଦ୍ଧାଳୁଙ୍କ ସମାଗମକୁ ପ୍ରଶୟ ଦିଆଯିବ ନାହିଁ । କାରଣ ବର୍ତ୍ତମାନ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖିଲେ କେବଳ ମଣ୍ଡପ ଏବଂ ନିଜ ନିଜ ଘରେ ପୂଜାର ଆୟୋଜନ ପାଇଁ ଅନୁମତି ଦିଆଯିବ।
/sambad/media/post_attachments/wp-content/uploads/2020/08/16-28-750x430-300x172.jpg)
ଉଲ୍ଲେଖଯୋଗ୍ୟ, ପୁରାତନ ସହର କଟକରେ ଦୁର୍ଗାପୂଜା ପରମ୍ପରା ଶତାଧିକ ବର୍ଷ ପୁରୁଣା ହୋଇଥିବା ବେଳେ ଏହାକୁ ବଜାୟ ରଖିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲେ। ଅନ୍ୟପକ୍ଷରେ କୋଭିଡ-୧୯ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ ଅନୁମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମଧ୍ୟ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/ctc-puja25-thumb-1.jpg)