କଟକ : କାମ କରୁଛନ୍ତି କଟକରେ, ହେଲେ ରହୁଛନ୍ତି ଭୁବନେଶ୍ୱରରେ। ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କ ଏଭଳି ରହଣୀର ଯଥାର୍ଥତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସୂଚନା ଅନୁଯାୟୀ ଏବେ ସେଣ୍ଟ୍ରାଲ୍ ରେଞ୍ଜ୍ର ଫାୟାର ଅଫିସର ଭାବଗ୍ରାହୀ ଘଡ଼େଇ ଓ ଡେପୁଟୀ ଫାୟାର ଅଫିସର ତ୍ରିଲୋକ କୁମାର ବାବୁ ଭୁବନେଶ୍ୱରରେ ରହୁଥିବା ବେଳେ କଟକରେ ଅଫିସ କରୁଛନ୍ତି। ଅଗ୍ନିଶମ ବିଭାଗ ଭଳି ଏକ ଜରୁରୀକାଳିନ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ କାର୍ଯ୍ୟାଳୟର ପାଖାପାଖି ଅଞ୍ଚଳରେ ରହିବା ନିୟମ ଥିଲେ ବି ଦୁଇ ବରିଷ୍ଠ ଅଧିକାରୀ ସେମାନଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରହିବା ଘଟଣାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାତ୍ୟା କିମ୍ବା ବନ୍ୟା ଭଳି ଆପତକାଳୀନ ପରିସ୍ଥିତିରେ ସେମାନେ ରେଞ୍ଜ କାର୍ଯ୍ୟାଳୟରେ ରହିଯାଉଛନ୍ତି। ଆଶଙ୍କା ଟଳିଯିବା କିମ୍ବା ସ୍ଥିତି ସ୍ୱଭାବିକ୍ ହେଲା ପରେ ଭୁବନେଶ୍ୱର ଫେରୁଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ କୌଣସି ବଡ଼ ଧରଣର ଅଗ୍ନିକାଣ୍ଡର ମୁକାବିଲା ପାଇଁ ଅଧିକାରୀ କିଭଳି ପଦକ୍ଷେପ ନେବେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗତ ଲଗାଣ ବର୍ଷା ସମୟରେ କଟକ ସହର ଜଳବନ୍ଦୀ ହୋଇଥିବା ବେଳେ ତତ୍କାଳୀନ ସିଏମ୍ସି କମିସନରଙ୍କ ସହ ଏକାଧିକ ଯନ୍ତ୍ରୀ ଭୁବନେଶ୍ୱରରେ ଥିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏଭଳି ଅଧିକାଂଶ ଅଧିକାରୀ କଟକରେ କାର୍ଯ୍ୟ କରୁଥିଲେ ବି କଟକରେ ନ ରହି, ଭୁବନେଶ୍ୱରରେ ରହିବା ଘଟଣା ପ୍ରତିକ୍ରିୟା ସୃଷ୍ଟି କରିଛି।