ବର୍ଷରେ ଥରେ ଦିନଟିଏ ପାଇଁ ଖୋଲଯାଏ ମା’ଙ୍କ ଏହି ମନ୍ଦିର; ଭକ୍ତଙ୍କ ରହିଛି ଏଭଳି ବିଶ୍ୱାସ

କଟକ: କଟକଠାରୁ ୫୦କିମି ତଥା ତିଗିରିଆଠାରୁ ୩ମିମି ଦୂର ବିନ୍ଧାଣିମା ପଞ୍ଚାୟତରେ ମା’ଲୋଭେଇ ଠାକୁରାଣୀ ଅଧିଷ୍ଠିତ । ଏହି ଲୋଭେଇ ଠାକୁରାଣୀଙ୍କ ମନ୍ଦିର ବହୁତ ପୁରୁଣା ବୋଲି କୁହାଯାଉଛି।

ପୁରାଣ ଶାସ୍ତ୍ର ଅନୁସାରେ ଆଜି ବି ବିଶ୍ୱାସ ଅଛି ମା’ ଲୋଭେଇ ଠାକୁରାଣୀଙ୍କ ପାଖରେ ସନ୍ତାନ ପାଇଁ ଲୋକମାନେ ମାନସିକ କରି ଥାଆନ୍ତି। ମାନସିକ କରିବା ପରେ ପୁତ୍ର କିମ୍ବା କନ୍ୟା ସନ୍ତାନ ହେଲେ ତାହାର ଏଠାରେ ମୁଣ୍ଡନ୍‌ କରାଯାଇଥାଏ। ମା’ ଲୋଭେଇ ଠାକୁରାଣୀଙ୍କୁ ଭକ୍ତ କେବଳ କାର୍ତ୍ତିକ ପୂର୍ଣ୍ଣିମା ଦିନ ହିଁ ଦର୍ଶନ କରିବାର ସୌଭାଗ୍ୟ ପାଇ ଥାଆନ୍ତି।

ମା’ଙ୍କ ମୁଖ୍ୟ ପ୍ରତିମା ବର୍ଷର ଅନ୍ୟ ସବୁଦିନ ନୃସିଂହ ସାହୁଙ୍କ ଘରେ ରହି ପୂଜା ପାଆନ୍ତି। ଏହି ଗୋଟିଏ ଦିନ ମା’ ଲୋଭେଇ ଠାକୁରାଣୀଙ୍କ ପ୍ରତିମାକୁ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରକୁ ଅଣା ଯାଇଥାଏ। ଆଜି ରାତି ୧୨ଟା ପରେ ପୁଣି ମା’ଙ୍କ ପ୍ରତିମାକୁ ମନ୍ଦିରରୁ ନରସିଂହ ସାହୁଙ୍କ ଘରକୁ ନିଆଯାଇଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାବେଶ ଦେଖିବାକୁ ମିଳେ। ହଜାର ହଜାର ଲୋକମାନେ ମାନସିକ କରି ନିଜ ପିଲାଛୁଆଙ୍କ ମୁଣ୍ଡନ କରିବା ପାଇଁ ଏଠାରେ ଆସି ପହଞ୍ଚି ଥାଆନ୍ତି। ଆଜି ପ୍ରାୟ ୧୦ହଜାର ପିଲାଙ୍କ ମୁଣ୍ଡନ ହୋଇଥିବା ବେଳେ ୫୦ହଜାରୁ ଅଧିକ ଭକ୍ତ ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର