କଟକ: ଗୋଡ଼ିସାହି ଅଞ୍ଚଳରେ ଜଣକୁ ଗୁଳିମାଡ଼

କଟକ: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବାରଙ୍ଗ ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡି ନିକଟରେ ଜଣେ ବ୍ୟକ୍ତି ଦୁର୍ବୃତଙ୍କ ଗୁଳି ଚୋଟରେ ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିଙ୍କର ପରିଚୟ ମିଳି ନ ଥିଲେ ବି ସେ ସ୍ଥାନୀୟ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଜଣେ କର୍ମଚାରୀ ବୋଲି ପୁଲିସ ଅନୁମାନ କରୁଛି। କେତେକ ଅଜ୍ଞାତ ଦୁର୍ବୃତ ତାଙ୍କ ଉପରକୁ ୨ ରାଉଣ୍ଡ୍‌ରୁ ଅଧିକ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି।

ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସେ ବ୍ୟକ୍ତିଙ୍କର ହାତ, ପେଟ ପାଖ ଏବଂ ମୁଣ୍ଡରେ ଗୁଳି ଚୋଟ ଲାଗିଛି।

ପୁଲିସ ଏ ମାମଲାରେ ତଦନ୍ତ ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର