ଆଇପିଏଲରେ କଟକ ଦଳ ସ୍ଥାନ ପାଇବା ନେଇ ଆଶା ବଢିଲା, ବିଡ ପେପର କିଣିଲା ଜେଏସପିଏଲ

କଟକ: ଏଥର ଆଇପିଏଲ ଟିମରେ କଟକ ଦଳ ସ୍ଥାନ ପାଇବା ଆଶା ଦେଖାଦେଇଛ। କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଏ ନେଇ ବିସିସିଆଇ, ଓସିଏ କିମ୍ବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିସିସିଆଇର ନୂଆ ଦଳ ଟେଣ୍ଡରରେ ନବୀନ ଜିନ୍ଦଲ କଟକ ପାଇଁ ବିଡ ପେପର କିଣିଛନ୍ତି। ୨୫ ତାରିଖରେ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରେ।

ଦୁବାଇରେ ବିସିସିଆଇ ବୈଠକରେ ଦୁଇଟି ନୂଆ ଦଳ ଘୋଷଣା ହେବ। ଆସନ୍ତା ଆଇପିଏଲ ସଂସ୍କରଣରେ ଦଳ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି ପାଇବ। ଏହି ଦୁଇଟି ନୂଆ ଦଳ ପାଇଁ କଟକ, ଗୌହାଟୀ, ଧର୍ମଶାଳା, ରାଂଚି, ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ବିଚାରକୁ ନିଆଯାଇଥିଲା।

ତେବେ ଯେଉଁ ସଂସ୍ଥା ଏହି ବିଡ ଦାଖଲ କରିବ ସେମାନଙ୍କ ବାର୍ଷିକ ହାରାହାରି ଟର୍ଣ୍ଣଓଭର ୩ହଜାର କୋଟି ଥିବା ଦରକାର। ଏ ନେଇ କିଛି ଆଗ୍ରହୀ ବିଡର ଆପତି ଉଠାଇଥିଲେ। ଫଳରେ ଟେଣ୍ଡର ସର୍ତରେ କିଛି ପରିବର୍ତ୍ତନ ହୋଇଥିଲା। ଏହାପରେ ଜିନ୍ଦଲଙ୍କ ସମେତ କିଛି ବିଡର ଆଗ୍ରହ ପ୍ରକାଶ କରଥିବା କୁହାଯାଉଛି।

ସମ୍ବନ୍ଧିତ ଖବର