କଟକ: କଟକ ମେୟର ଲାଗି ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଗଣତିରେ କଟକରେ କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗୁଆ ଥିଲେ। ତାଙ୍କୁ ୧୪୩୦ଟି ଭୋଟ୍ ମିଳିଥିଲା। ଏଣେ ବିଜେଡି ମେୟର ପ୍ରାର୍ଥୀ ସୁବାସ ଚନ୍ଦ୍ର ସିଂହ ୧୩୪୭ ଓ ବିଜେପିର ମେୟର ପ୍ରାର୍ଥୀ ଶ୍ରୀତମ୍ ଦାସ ୪୭୮ଟି ଭୋଟ୍ ପାଇଥିଲେ। ହେଲେ ତାଜା ସୂଚନା ଅନୁଯାୟୀ କଟକରେ କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗୁଆ ଅଛନ୍ତି। ତାଙ୍କୁ ୫୯୪୯ ମିଳିଥିବା ବେଳେ ବିଜେଡି ମେୟର ପ୍ରାର୍ଥୀ ସୁବାସ ଚନ୍ଦ୍ର ସିଂହ ୫୧୭୪ ଓ ବିଜେପିର ମେୟର ପ୍ରାର୍ଥୀ ଶ୍ରୀତମ୍ ଦାସ ୨୩୦୬ଟି ଭୋଟ୍ ପାଇଛନ୍ତି।
ଅପରପକ୍ଷରେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ଚନ୍ଦ୍ର ସିଂହ ଆଗୁଆ ରହିଥିବା ଜଣାଯାଇଥିଲା। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ୩୧୬୦ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୨୯୦୭ ଓ ବିଜେପିର ମେୟର ପ୍ରାର୍ଥୀ ଶ୍ରୀତମ୍ ଦାସଙ୍କୁ ୧୦୪୯ଟି ଭୋଟ୍ ମିଳିଥିଲା। ଏଣେ ଓମ ପ୍ରକାଶ ପଣ୍ଡା (ସ୍ୱାଧୀନ) ୩୧, ବବି ବଳବନ୍ତରାୟ( ଏସୟୁସିଆଇ) ୧୩, ପ୍ରେମଜିତ ସାହୁ( ସ୍ୱାଧୀନ) ୦, ବିକାଶ ସାହୁ( ସ୍ଵାଧୀନ) ୪, ବିଜୟ କୁମାର ସାମଲ( ସ୍ଵାଧୀନ) ୪, ବୃନ୍ଦାଵନ ଦାସ ଆଜାଦ (ସ୍ଵାଧୀନ) ୧୪, ଶେଖ ମୁସତାକ ଅଲ୍ଲୀ (ସ୍ଵାଧୀନ) ୭, ସୌଦାମିନୀ ମିଶ୍ର (ସ୍ୱାଧୀନ) ୭, ସଞ୍ଜିତ କୁମାର ସାମଲ( ସ୍ଵାଧୀନ)-୪୦, ହେମନ୍ତ କୁମାର ସାହୁ (ସ୍ଵାଧୀନ) ୧୨ଙ୍କୁ ଓ ନୋଟାରେ ୩୭ଟି ଭୋଟ୍ ମିଳିଛି।
ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର, ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୨୪ ତାରିଖରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ସକାଳ୮ଟାରୁ ଭୋଟ୍ ଗଣତି ଜାରି ରହିଥିବା ଜଣାଯାଇଛି। ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Cuttack-Mayor_Fight_Thumbnail.jpg)