ନୂଆଦିଲ୍ଲୀ/ଭୁବନେଶ୍ବର: ଐତିହାସିକ କଟକ ସହରରେ ଥିବା ରେଳ ଷ୍ଟେସନର ରୂପ ବଦଳିବ। ରାଜ୍ୟର ଅନ୍ୟତମ ପୂରାତନ ରେଳଷ୍ଟେସନ ଭାବେ ପରିଚିତ କଟକ ରେଳଷ୍ଟେସନ ନବକଳେବର ହେବ। ରେଳ ଷ୍ଟେସନର ପ୍ରବେଶ ଦ୍ବାର ଆକର୍ଷଣୀୟ ହେବ। ଏହାର ନିର୍ମାଣ ଶୈଳୀରେ ଓଡ଼ିଶା ଇତିହାସର ଛାପ ରହିବ।

Advertisment

କଟକ ରେଳଷ୍ଟେସନ କିଭଳି ହେବ, ସେନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ ଡିଜାଇନ୍ ଅପଲୋଡ୍ କରିଛନ୍ତି। ପ୍ରସ୍ତାବିତ ଡିଜାଇନ୍ ଉପରେ ଜନମତ ମାଗିଛନ୍ତି। ଡିଜାଇନ୍ କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟର ବିଷୟବସ୍ତୁ ଉପରେ ଅନୁପ୍ରାଣିତ। ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ ମାନ୍ୟବର ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏବଂ ଜନସାଧାରଣଙ୍କ ମୂଲ୍ୟାୟନ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜନସାଧାରଣଙ୍କୁ ଏହି ନୂତନ ଚିନ୍ତାଧାରାକୁ ସର୍ବାଧିକ ସମର୍ଥନ ଦେବାକୁ ଅନୁରୋଧ କରାଯାଇଛି।

publive-image

ସଂକ୍ଷେପରେ କଟକ ରେଳଷ୍ଟେସନ

ଇଷ୍ଟ କଷ୍ଟ ଷ୍ଟେଟ ରେଲୱେ ୧୮୯୨ର ୧୮୯୬ ମଧ୍ୟରେ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ବ୍ରାହ୍ମଣୀ, କାଠଯୋଡ଼ି, କୁଆଖାଇ, ବିରୂପା ଓ ମହାନଦୀ (ଓଡ଼ିଶାର ବଡ଼ ନଦୀ) ନିର୍ମାଣ ହୋଇଥିଲା। କଟକ ରେଳଷ୍ଟେସନ ୧୮୯୯ ମସିହାରେ ଭାରତୀୟ ରେଳ ନେଟୱର୍କ ସହିତ ଯୋଡ଼ି ହୋଇଥିଲା। ବର୍ତ୍ତମନ ପରିପ୍ରେକ୍ଷୀରେ କଟକ ରେଳଷ୍ଟେସନ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ କାମ କରୁଛି। ଭାରତୀୟ ରେଳ ବିଭାଗରେ କଟକ ଷ୍ଟେସନର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।