କଟକ: ‘ସୃଜନ ଇଣ୍ଡିଆ’ ପକ୍ଷରୁ ଦୁଇ ଦିନ ଧରି ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍ ପିଲାର୍ସ ଆନେକ୍ସ-୨ଠାରେ ଚାଲିଥିବା କଟକ ସାହିତ୍ୟ ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। କବି ଦୀପକ ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ମୃଦୁଲା ଗର୍ଗ, ସମ୍ମାନିତ ଅତିଥି ଭାବେ କବି ହୁସେନ୍ ରବି ଗାନ୍ଧୀ ଓ କନ୍ନଡ ସାହିତ୍ୟିକ ଏଚ୍.ଏସ୍. ଶିବପ୍ରକାଶ ଯୋଗ ଦେଇଥିଲେ। ସଭାର ବିଭିନ୍ନ ଅଧିବେଶନରେ ଶଶିକାନ୍ତ ରାଉତ, ମନୋଜ ପଟ୍ଟନାୟକ, ଭାଗିରଥୀ ମିଶ୍ର, ଧନଞ୍ଜୟ ସ୍ବାଇଁ, ବିରଜା ବଳ, ପ୍ରହ୍ଲାଦ ଶତପଥୀ, ଡକ୍ଟର ଶୁଭଶ୍ରୀ ଲେଙ୍କା, ମୋହିତ ଚକ୍ରବର୍ତ୍ତୀ, ଏଲି ମହାନ୍ତି, ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର, ମମତା ଦାସ, ସ୍ବପ୍ନା ମିଶ୍ର, ଅମରେଶ ବିଶ୍ବାଳ, ଶକ୍ତି ମହାନ୍ତି, ମେହଶ୍ବତା ସାହୁ, ମାତୃଦତ୍ତ ମହାନ୍ତି, ଶୁଭସ୍ମିତା ମିଶ୍ର, ନୀଳିମା ନିବେଦିତା, ସ୍ବର୍ଣ୍ଣଲତା ମହାପାତ୍ର, ସୁଷମା ଦାସ, ପ୍ରଜ୍ଞା ପରମିତା ରଥ, ଦେବଦତ୍ତ ପତି ପ୍ରମୁଖ ଯୋଗଦେଇ ‘ସମକାଳୀନ କବିତାର ସ୍ବର’, ‘କଥାରେ କବିତା ଓ କବିତାରେ କଥା’, ‘ସାମାଜିକ ଗଣମାଧ୍ୟମରେ ସାହିତ୍ୟର ପ୍ରସାର ଏକ ବିକଳ୍ପ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପାରମିତା ଷଡ଼ଙ୍ଗୀଙ୍କ ଲିଖିତ ପୁସ୍ତକ ‘ବିରୋଧାଭାସ’, ନୀଳିମା ନିବେଦିତାଙ୍କ ‘ବାକିଟା ବ୍ୟକ୍ତିଗତ’, ଜାନକୀ ବଲ୍ଲଭ ମହାପାତ୍ରଙ୍କ ‘ରୂପାନ୍ତର’ ଓ ସତ୍ୟପ୍ରିୟ ମହାଳିକଙ୍କ ‘ନିଉଟୋପିଆ’ ପୁସ୍ତକକୁ ନିମନ୍ତ୍ରିତ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍ସବରେ ଶକ୍ତି ମହାନ୍ତି ଓ ମହେଶ୍ବତା ସାହୁଙ୍କୁ ‘ସୃଜନ ସାହିତ୍ୟ ସମ୍ମାନ’, ସୁଷମା ଦାସଙ୍କୁ ‘ ସୃଜନ ଯୁବ ସାହିତ୍ୟ ସମ୍ମାନ’ ବାସନ୍ତୀ ବସୁଙ୍କୁ ‘ସୃଜନ ଯୁବ ସମ୍ମାନ’ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ କ୍ରିଏଟିଭ୍ ଗ୍ରୁପ ଆସୋସିଏସନ୍ର ସଦସ୍ୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ଦୁଇଦିନ ଧରି କଟକ କ୍ରିଏଟିଭ୍ ଗ୍ରୁପ ପକ୍ଷରୁ ୧୫ରୁ ଅଧିକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା। ମହୋତ୍ସବ ଆବାହକ ହିମାଂଶୁ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
କଟକ ସାହିତ୍ୟ ମହୋତ୍ସବ ଉଦ୍ଯାପିତ
/sambad/media/post_attachments/wp-content/uploads/2019/06/Untitled-20-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)