କଟକ : ଶିଶୁଭବନର କାଜୁଆଲିଟି ଵାର୍ଡରେ ଆଜି ଅପରାହ୍ନରେ ଅଧଘଣ୍ଟା ଅନ୍ଧାର ହୋଇଯାଇଥିଲା। କେବଳ କାଜୁଆଲିଟି ଵାର୍ଡରେ ଲାଇନ୍ କଟିଯିବାରୁ ଶିଶୁ ରୋଗୀମାନେ ଛଟପଟ ହୋଇଥିଲେ। ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଵାର୍ଡରେ ବିଦ୍ୟୁତ ମରାମତି ପରେ ପୁନଃ ସ˚ଯୋଗ ଦିଆଯାଇଥିଲା। ଅଧଘଣ୍ଟା କାଳ କାଜୁଆଲିଟିରେ ଲାଇନ୍ କଟିବା ଘଟଣା ସମ୍ପର୍କରେ ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ। ଜାପାନ କୋଠା କୁହାଯାଉଥିବା ଆଡଭାନ୍ସ କେୟାର ଆଣ୍ତ ରିସର୍ଚ୍ଚ ସେଣ୍ଟରରେ ଏବେ ୪୦ ବେଡ ବିଶିଷ୍ଟ କାଜୁଆଲିଟି ଚାଲୁଥିବା ବେଳେ ତା’ ସହିତ ନ୍ୟୁ ବର୍ଣ୍ଣ ଵାର୍ଡ-୨୮ଟି, ପେ’ ବେଡ୍-୪୦ଟି, ନିକୁ ଓ ପିକୁ-୨୧ଟି, ପେ’ ସର୍ଜରୀ-୨୦ଟି, ଆଉଟ୍ଡୋର୍ ଟିକେଟ୍ କାଉଣ୍ଟର ଏବ˚ ଆଉଟଡୋର୍ କାର୍ଯ୍ୟକ୍ଷମ ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାଜୁଆଲିଟି ଏବ˚ ଆଇସିୟୁ କୁହାଯାଉଥିବା ବେଳେ ଆଜି କାଜୁଆଲିଟିରେ ଅପରାହ୍ନ ପ୍ରାୟ ୫ଟା ବେଳେ ହଠାତ ଲାଇନ୍ କଟିଯାଇଥିଲା। ୪୦ ବେଡ୍ ବିଶିଷ୍ଟ ଵାର୍ଡରେ ଥିବା ୪୦ରୁ ଅଧିକ ଶିଶୁ ରୋଗୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। କାଜୁଆଲିଟିର ସମସ୍ତ ଝରକା ବନ୍ଦ ଥିବାରୁ ଭୀଷଣ ଗରମ ଯୋଗୁ ନବଜାତ ଶିଶୁମାନେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଆଟେଣ୍ତାଣ୍ଟମାନେ ଶିଶୁ ରୋଗୀଙ୍କୁ ପ୍ଲାଷ୍ଟିକ ବିଞ୍ଚଣାରେ ବିଞ୍ଚିଥିଲେ। ମୋବାଇଲ୍ ଲାଇଟ୍ ବ୍ୟବହାର କରାଯାଇଥିଲା। ପରେ ପ୍ରାୟ ୫ଟା ୩୦ ବେଳକୁ ମରାମତି କରାଯାଇ ବିଦ୍ୟୁତ ସ˚ଯୋଗ ଦିଆଯାଇଥିଲା। ଫନି ବାତ୍ୟା ପରେ ଶିଶୁଭବନର ଜାପାନ କୋଠା ସମେତ, ମେଡିକାଲ୍ ଵାର୍ଡ ୧, ଵାର୍ଡ ୨, ସର୍ଜରୀ ଵାର୍ଡ ଏବ˚ ଡାଇରିଆ ଵାର୍ଡକୁ ମୋଟ ୬ଟି ଡିଜି ମାଧ୍ୟମରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିଲା। ରବିବାରଠାରୁ ମାଟି ତଳେ ଯାଇଥିବା ଇଲେକ୍ଟ୍ରି ତାର ମାଧ୍ୟମରେ ବିଦ୍ୟୁତ ସ˚ଯୋଗ କରାଯାଇଥିଲା। କିନ୍ତୁ ଆଜି କାଜୁଆଲିଟି ଵାର୍ଡରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାରୁ ଉତ୍ତେଜନା ଦେଖା ଦେଇଥିଲା।
ଶିଶୁଭବନ କାଜୁଆଲିଟି ଅନ୍ଧାର, ୪୦ ଶିଶୁ ରୋଗୀ ଛଟପଟ
/sambad/media/post_attachments/wp-content/uploads/2019/05/DSC_2256.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)