କଟକ: କଟକ ଆର୍ ଆଣ୍ଡ୍ ବି ଡିଭିଜନର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଚାରୁ ଚନ୍ଦ୍ର ପରିଡାଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଅଦାଲତ ପ୍ରାଧିକୃତ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପରିଡ଼ାଙ୍କ ୨୭ ଲକ୍ଷ ୮୦ ହଜାର ୫୦୩ ଟଙ୍କାର ସ୍ଥାବର ସଂପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥି ମଧ୍ୟରେ ରହିଛି ଶ୍ରୀ ପରିଡ଼ାଙ୍କ ବାଗବୃନ୍ଦାବନ, ଗଣେଶ୍ୱରପୁର, ଶିଖରପୁରରେ ଥିବା ପ୍ଲଟ, ବାଲେଶ୍ୱର ଟାଉନ, କଟକ ଶିଖରପୁର ଓ ବାଲେଶ୍ୱର ଜିଲ୍ଲାର ରେମୁଣା ଗୋଲେଇସ୍ଥିତ କୋଠା। ଏହି ସଂପତ୍ତି ୩୦ ଦିନ ଭିତରେ କଟକ ଭିଜିଲାନ୍ସ ସେଲ୍ ଏସପିଙ୍କୁ ଶ୍ରୀ ପରିଡା ସମର୍ପଣ କରିବେ କିମ୍ବା ସଂପତ୍ତିର ବଜାର ଦର ଜମା କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଆୟବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରିଡା ଓ ତାଙ୍କ ସଂପର୍କିୟଙ୍କ ଘରେ ୧୯୯୭, ମେ’ ୧୬ରେ ଚଢଉ କରିଥିଲା। କଟକ ଭିଜିଲାନ୍ସ ସେଲର ପୂର୍ବତନ ଡିଏସପି ଚକ୍ରଧର ମହାରଣାଙ୍କ ରିପୋର୍ଟ ଆଧାରରେ ଶ୍ରୀ ପରିଡାଙ୍କ ବିରୋଧରେ ୧୯୯୭, ଜୁନ୍ ୨ରେ ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ତାଙ୍କ ବିରୋଧରେ ୨୮ ଲକ୍ଷ ୫୪ ହଜାର ୬୨୭ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ ନେଇ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିଥିଲା। ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର ଗିରିଜା ପ୍ରସାଦ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କ ସଂପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ
/sambad/media/post_attachments/wp-content/uploads/2017/09/download.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)