କଟକ ଷ୍ଟୋନମ୍ୟାନ ଉତ୍ପାତ ଘଟଣା: ଗିରଫ ନାରାୟଣର ପତ୍ନୀ ଗୀତାଞ୍ଜଳି ଅଦାଲତର ଦ୍ବାରସ୍ଥ

ସିସି କ୍ୟାମେରା ଯାଞ୍ଚ ପାଇଁ ଆବେଦନ

କଟକ : ଜୁଲାଇ ୨୪ ତାରିଖ ଭୋର ସମୟରେ ଓଏମପି ଛକ ନିକଟରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ନୟାଗଡ଼ର ନାରାୟଣ ସାହୁର ଗିରଫ ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି। ହତ୍ୟାକାଣ୍ତ ଦିନ ନାରାୟଣ କଟକ ବାହାରେ ଥିଲା। ଭୁବନେଶ୍ବର ସାଲିଆ ସାହିର ଏକ ମଦ ଦୋକାନ ଏବ˚ ନୟାଗଡ଼ ସୁନାମୁହିଁର ଏକ ବ୍ୟାଙ୍କ୍‌ ବାହାରେ ନାରାୟଣ ବୁଲୁଥିବାର ସିସି କ୍ୟାମେରାରେ ରେକର୍ଡ ହେଇଛି। ତେଣୁ ପୁଲିସ ଉକ୍ତ ଦୁଇଟି ସ୍ଥାନର ଫୁଟେଜ ଯାଞ୍ଚ କରୁ ବୋଲି ନାରାୟଣଙ୍କ ସ୍ତ୍ରୀ ଗୀତାଞ୍ଜଳି କଟକ ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ଆବେଦନ କରିଛନ୍ତି। ୩୦ ଦିନ ପରେ ଫୁଟେଜ ନଷ୍ଟ ହେବାର ସମ୍ଭାବନା ଥିବାରୁ ତୁରନ୍ତ ଯାଞ୍ଚ କରିବାକୁ ଆବେଦନପତ୍ରରେ ସେ ଉଲ୍ଲେଖ କରିଛନ୍ତି। ଗୀତାଞ୍ଜଳି କୋର୍ଟର ଦ୍ବାରସ୍ଥ ହେବା ଘଟଣା ଏବେ ପୁଲିସ ପାଇଁ ଅଧିକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର