କଟକ: କଟକରେ କରୋନା ସ୍ଥିତି ସଙ୍ଗୀନ। ରବିବାର ଗୋଟିଏ ଦିନରେ ପୁଣି ଜିଲ୍ଲାରେ ୧୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଚିନ୍ତାକ ବଢାଇଛି କଟକ ସହର। ସହରରୁ ୬୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
କଟକ ସହରର କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ଖଟ୍‌ବିନ୍‌ସାହିରୁ ପୁଣି ୨୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମ୍‌,ଏସ୍‌ . ଦାସ ବେତାର ଲେନ୍‌ରୁ ଦୁଇଦିନରେ ୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା‌ବେଳେ ରବିବାର ପୁଣି ୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଣ୍ଡରପୁରରୁ ୪, ନେତାଜୀନଗରରୁ ୪, ଦେୱାନ ବଜାରରୁ ୩, ଜଗତ୍‌ପୁରରୁ ୩, ଖାନ୍‌ନଗରରୁ ୨, ମଙ୍ଗଳବାଗ୍‌ରୁ ୨, ଶିଖରପୁରର ଏକ ହୋଟେଲରୁ ୨ଜଣ, ବାଦାମ୍‌ବାଡି, ବଙ୍ଗାଳିସାହି, ସିଡିଏ ସେକ୍ଟର ୭, ବକ୍ସି ବଜାର, ନୂଆ ବଜାର, ହାଇକୋର୍ଟ ଛକ, ବୋସ୍‌ ପୁରୁଣା ହଷ୍ଟେଲରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ସହରର ଖଟ୍‌ବିନ୍‌ସାହି ଓ ବାରିଲେନ୍‌ରୁ ୭୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁରୁଣା ରାଉସାପାଟଣାରୁ ୪୬, ଦେୱାନ୍‌ବଜାରରୁ ୧୬, ଶଙ୍କରପୁର ପରିଡା ସାହି ଓ ଦାସ ସାହିରୁ ୩୫ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି।

Advertisment

କଟକର ସାହି, ବସ୍ତି, ଗଳିକନ୍ଦିରେ ଏମିତି କରୋନା କାୟା ବିସ୍ତାର କଲାଣି ଯେ ଯାହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ରବିବାର ଶଙ୍କରପୁର, ପୁରୁଣା ରାଉସାପାଟଣାରୁ ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ ଆଶ୍ବସ୍ତି ପ୍ରକାଶ ପାଇଛି। କଟକ ସହରରୁ ଗତ ୫ ଦିନରେ ୨୮୫ଜଣ ସଂକ୍ରମିତ ହୋଇଥିବାବେଳେ ରବିବାର ସୁଦ୍ଧା ସିଏମ୍‌ସିରୁ ୭୩୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।