କଟକ ସହରରେ୨୪ ଘଣ୍ଟା ଭିତରେ ପୁଣି ୫୨ଜଣ କରୋନାରେ ସଂକ୍ରମିତ , ଜିଲ୍ଲାରେ ୯୬ ଜଣ ନୂଆ ପଜିଟିଭ୍ ଚିହ୍ନଟ

କଟକ: କଟକରେ କରୋନା ସଂକ୍ରମଣ କମିବାର ନାମ ନେଉନାହିଁ। ଗୋଟିଏ ଦିନରେ ପୁଣି କଟକ ସହରରେ ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଚିନ୍ତା ବଢାଇଛି କଟକ ସହର। ସହରର ବିଭିନ୍ନ ସାହି, କଲୋନିରୁ ଏହି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଶେଖ ବଜାରରୁ ୭, ପୁରୁଣା ରାଉସା ପାଟଣାରୁ ୬, ଶିବାଜୀ ନଗରରୁ ୬, ଜଗତପୁରରୁ ୨, ଶଙ୍କରପୁରରୁ ୨, କେରା ପୋଖରୀରୁ ୨, ଯୋବ୍ରାରୁ ୨, ସତୀଚୌରାରୁ ୨, ତେଲେଙ୍ଗା ବଜାରରୁ ୩, ବକ୍ସି ବଜାରରୁ ୩, , ସିଡିଏ ସେକ୍ଟର ୬ ରୁ ୧, ସିଡିଏ ସେକ୍ଟର ୭ରୁ ୧, ଓଡ଼ଆ ବଜାର, ମର୍କତ ନଗର, ମଧୁପାଟଣା, ଷଣ୍ଢପୁର, ଖାନନଗର, ତୁଳସୀପୁର, ଦେଉଳ ସାହି, ହରିପୁର, ମାଛୁଆ ବଜାର ଓ ଗୋପାଳପୁରରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କଟକର ସାହି, ବସ୍ତି, ଗଳିକନ୍ଦିରେ ଏମିତି କରୋନା କାୟା ବିସ୍ତାର କଲାଣି ଯେ ଯାହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ଏଣେ କଟକ ଜିଲ୍ଲାରେ ୨୪ ଘଣ୍ଟା ଭିତରେ ୯୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ମହାନଗରରୁ ୫୨ଜଣଙ୍କ ବ୍ୟତୀତ ଆଠଗଡ଼ରୁ ୩୩, ଅଡ଼ଶପୁରରୁ ୮, ବେଣ୍ଟକାରରୁ ୨ ଓ ସାଲେପୁରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏଯାବତ୍ କଟକ ଜିଲ୍ଲାରେ କରୋନାରେ ୧୧ଜଣଙ୍କର ପ୍ରାଣହାନି ଘଟିଛି, ଯେଉଁଥିରୁ କଟକ ସହରର ୧୦ ଜଣ ଅଛନ୍ତି।

ସମ୍ବନ୍ଧିତ ଖବର