ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦ କ୍ରମରେ ଗତକାଲି ପୂର୍ବ-ଦକ୍ଷିଣ ଦ୍ବାରରେ ଥିବା ଆଚାରୀ ମଠ ଭାଙ୍ଗି ମାଟିରେ ମିଶାଇବା ପରେ ଜିଲ୍ଲା ପ୍ରଶାସନ ଆଜି ଉତ୍ତର-ପଶ୍ଚିମ ଦ୍ବାର କୋଣରେ ଥିବା ଗଡ଼ନ୍ତି ଛକ କଟକୀ ମଠ ଉଚ୍ଛେଦ କରିଛି। ଏକାଧିକ ଜେସିବି ଲାଗି ଏହି ବହୁ ପୁରାତନ ମଠକୁ ଉଚ୍ଛେଦ କରାଯାଇଛି। ଦୁଇ ମହଲା ବିଶିଷ୍ଟ ମଠର ଏହି ଘର ଭଙ୍ଗାଯିବା ପରେ ଏହାର ଭଗ୍ନାବଶେଷ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଗଡ଼ନ୍ତି ଛକ ଦେଇ ସର୍ବସାଧାରଣ ଯାତାୟାତକୁ ବନ୍ଦ କରାଯାଇଥିଲା। ଅଘଟଣ ଏଡ଼ାଇବା ପାଇଁ ବ୍ୟାରିକେଡ୍ ପକାଇ ଏହି ରାସ୍ତାକୁ ସିଲ୍ କରାଯିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଚ୍ଛେଦ ସ୍ଥଳରେ ଦୁଇଜଣ ମାଜିଷ୍ଟ୍ରେଟଙ୍କ ସହ ବହୁ ପୁଲିସ ମୁତୟନ ହୋଇଥିଲେ। ସଂଧ୍ୟାସୁଦ୍ଧା ଏହି ମଠର ଉଚ୍ଛେଦ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କଟକୀ ମଠ ଉଚ୍ଛେଦ ପୂର୍ବରୁ ମଠ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସ ମହାରାଜ ବାସ୍ତୁଶାନ୍ତି ପାଇଁ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ଏହି ମଠ ୪୦୦ ବର୍ଷ ପୁରୁଣା। ଯେଉଁ ସମୟରେ ତୁଳସୀ ଦାସ କଟକ ଆସିଥିଲେ, ତାଙ୍କ ଆଗମନୀ ସ୍ମୃତିରେ ଏଠାରେ କଟକୀ ମଠ ପ୍ରତିଷ୍ଠା କରାଯାଇଥିଲା। ମଠର ଗାଦି ଘର, ମନ୍ଦିରକୁ ଛାଡ଼ି ବାକି ସବୁ ଉଚ୍ଛେଦ କରାଯାଇଛି। ଆଜି ଯେଉଁ କୋଠା ସବୁ ଭଙ୍ଗାଯାଇଛି ତାହା ପ୍ରାୟ ୨୫୦ ବର୍ଷ ପୁରୁଣା। ପୂଜାର୍ଚ୍ଚନା ସଂପର୍କରେ ସୂଚନା ଦେଇଛି ସେ କହିଛନ୍ତି, ଯେତେବେଳେ କୌଣସି ଗୃହ ଅବା ମଠ ଘର ଆରମ୍ଭ ହୁଏ, ସେ ସମୟରେ ବାସ୍ତୁଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଇଥାଏ। ଯେତେବେଳେ ମଠ ଉଚ୍ଛେଦ କରାଯାଉଛି, ଏହା ନିଶ୍ଚିତ ପକ୍ଷେ ବାସ୍ତୁ ଉପରେ ପ୍ରଭାବ ପକାଇବ। ଏହା ଭବିଷ୍ୟତରେ ଅନିଷ୍ଠ ବି କରିବ। ଏହି ଦୃଷ୍ଟିରୁ ଉଚ୍ଛେଦ ପୂର୍ବରୁ ବାସ୍ତୁଶାନ୍ତି ପାଇଁ ଦୀପ ଜାଳି ପୂଜାର୍ଚ୍ଚନା କରିଥିବା ସେ କହିଛନ୍ତି।
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦ, ଭଙ୍ଗାହେଲା କଟକୀ ମଠ
ତୁଳସୀ ଦାସଙ୍କ ଆଗମନୀ ସ୍ମୃତିରେ ୪୦୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା
/sambad/media/post_attachments/wp-content/uploads/2020/02/6fg54hfgh78fh798sfh74sf65h4f65sh4sf56hsfhsfhfhfhsfhsfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)