ଭୁବନେଶ୍ବରରେ ସାଇବର କମ୍ପ୍ଲେକ୍ସ ଉଦଘାଟିତ

ସାଇବର ଅପରାଧ ମୁକାବିଲା ଆମ ପାଇଁ ଚ୍ୟାଲେଞ୍ଜ: ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: ସାଇବର ଅପରାଧକୁ ମୁକାବିଲା କରିବା ଲାଗି ଆଉ ପାଦେ ଆଗେଇଛି ଓଡ଼ିଶା ପୁଲିସ | ଆଜି ଭୁବନେଶ୍ବରରେ ନବନିର୍ମିତ ସାଇବର କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ପୁଲିସ ଡିଜି ଅଭୟ | କଟକରେ ଅବସ୍ଥାପିତ ସାଇବର ଥାନା ଏବେ ଏଠାରେ ଚାଲିବ |

ଉଦଘାଟନ ଅବସରରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଇବର ଅପରାଧ ମୁକାବିଲା ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ | ରାଜ୍ୟରେ ଯେଉଁଭଳି ସାଇବର୍ ଅପରାଧ ହେଉଛି ତାହାର ମୁକାବିଲା ଲାଗି ପୁଲିସ କର୍ମଚାରୀଙ୍କର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି | ଅନ୍ତତଃ ଗୋଟିଏ ଥାନାରେ ଜଣେ କର୍ମଚାରୀ ସାଇବର ଅପରାଧର ତଦନ୍ତ କରିବାକୁ ଯେପରି ସକ୍ଷମ ହେବେ ତାହା ଉପରେ ଧ୍ୟାନ ଦିଆଯାଉଛି | ପୁଲିସ କର୍ମଚାରୀଙ୍କ ତାଲିମ ପାଇଁ ଜାତୀୟ ପୁଲିସ ଏକାଡେମି ସହ ଆଲୋଚନା ହୋଇଛି | ଜାତୀୟ ପୁଲିସ ଏକାଡେମିରେ ଥିବା ନ୍ୟାସନାଲ୍ ଡିଜିଟାଲ୍ କ୍ରାଇମ୍ ରିସର୍ଚ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ଏନଡିସିଆରଟିସି) ପକ୍ଷରୁ ଏହି ତାଲିମ ପ୍ରଦାନ କରାଯିବ | ୮ଟି ପର୍ଯ୍ୟାୟରେ ତାଲିମ ଦିଆଯିବାକୁ ଲକ୍ଷ ରଖାଯାଇଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି| ଏହି ଉଦଘାଟନୀ ଉତ୍ସବରେ କେତେକ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ |

ସମ୍ବନ୍ଧିତ ଖବର