ସାଇବର୍‌ ଠକେଇ; ଆକାଉଣ୍ଟରୁ କଟିଗଲା ୪୦ ହଜାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସାଇବର୍‌ ଠକମାନେ ଲୋକଙ୍କୁ ଲୁଟିବା ଜାରି ରଖିଛନ୍ତି। ପୁଲିସ ଗୋଟିଏ ପଟେ ସାଇବର୍‌ ଠକଙ୍କୁ ଧରିବାରେ ବିଫଳ ହେଉଥିବା ବେଳେ ଠକେଇ ମାମଲା ଦିନକୁ ଦିନ ଲମ୍ବିବାରେ ଲାଗିଛି। ସମ୍ବଲପୁର କୁଚିଣ୍ଡା ଅଞ୍ଚଳର ପ୍ରଦୀପ କୁମାର ନାୟକ(୪୭) ସାଇବର୍‌ ଠକେଇର ଶିକାର ହୋଇଥିବା ବେଳେ ତାଙ୍କ କାନାରା ବ୍ୟାଙ୍କ ଆକାଉଣ୍ଟରୁ ୪୦ ହଜାରରୁ ଅଧିକ ଟଙ୍କା ସାଇବର୍‌ ଠକ ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ସେ କିଛିଦିନ ତଳେ ତାଙ୍କ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ଯାଞ୍ଚ କରିଥିଲେ। ସେତେବେଳେ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତାଙ୍କ ଆକାଉଣ୍ଟରୁ ଏପ୍ରିଲ ୪ ତାରିଖ ଦିନ ପ୍ରଥମେ ୟୁପିଆଇ ଟ୍ରାନ୍‌ଜେକ୍‌ସନ୍‌ ମାଧ୍ୟମରେ ୫୦ ଟଙ୍କା କଟିଥିଲା। ତାପରେ ମୋଟ ୧୧ଟି ଟ୍ରାନ୍‌ଜେକସନ୍‌ରେ ତାଙ୍କ ଆକାଉଣ୍ଟରୁ ୪୦,୯୦୦ ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ତେବେ ଏହି ଠକେଇ ସମୟରେ ତାଙ୍କ ପାଖକୁ କୌଣସି ମେଲ୍‌, ମେସେଜ୍‌ ବା ଓଟିପି ଆସି ନଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ କୁଚିଣ୍ଡା ଥାନାରେ ରବିବାର ରାତି ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର