ସମ୍ବଲପୁର: ସମ୍ବଲପୁରର ପୁଣି ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଚାକିରି ଲୋଭ ଦେଖାଇ ସାଇବର୍‌ ଠକ ତାଙ୍କ ଠାରୁ ୯୨ ହଜାରରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ନେଇ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାନୁଯାୟୀ, କୁଚିଣ୍ଡା ଥାନା କେନାଢିପାର ଅତିଶ ନାଏକ ଅନ୍‌ଲାଇନ୍‌ରେ ଏକ ଚାକିରି ବିଜ୍ଞାପନ ଦେଖି ଯୋଗଯୋଗ କରିଥିଲେ। ଚାକିରି ପାଇଁ ତାଙ୍କୁ ଅଗ୍ରିମ ୯୨୨୭୬ ଟଙ୍କା ଦେବାକୁ କହାଯାଇଥିଲା। ସବୁ କାଗଜପତ୍ର କାମ ଶେଷ କରି ଚାକିରିରେ ଯୋଗଦେବା ପରେ ଉକ୍ତ ଟଙ୍କା ଫେରାଇ ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେମାନଙ୍କ କହିବା ଅନୁଯାୟୀ ଅତିଶ ଡିସେମ୍ବର ୩ ତାରିଖ ଦିନ ଫୋନ୍‌ ପେ’ ମାଧ୍ୟମରେ ୯୨୨୭୬ ଟଙ୍କା ପୈଠ କରିଥିଲେ। କିନ୍ତୁ ଟଙ୍କା ପଠାଇବା ପରେ ସେମାନଙ୍କ ଫୋନ୍‌ ଆଉ ଲାଗି ନଥିଲା। ବାରମ୍ବାର ଯୋଗାଯୋଗ କରି ନିରାଶ ହେବା ପରେ ଅତିଶ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।